ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି; କମିଲା ସୁନା, ରୂପା....
ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି । ପୁଣି କମିଲା ସୁନା କିନ୍ତୁ ଆଜି ରୂପା ଦର ଅପରିବର୍ତ୍ତିତ ରହିଛି । ଆଜି ୨୪କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ୍ ପ୍ରତି ୩୨୦ଟଙ୍କା ହ୍ରାସ ପାଇ ୧ଲକ୍ଷ ୫୬ହଜାର ୩୨୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୫୬ହଜାର ୬୪୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍ ଆଜି ୩ଶହ ଟଙ୍କା ଶସ୍ତା ହୋଇଛି । ୨୨କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୪୩ହଜାର ୩୦୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍ ୧ଲକ୍ଷ ୪୩ହଜାର ୬୦୦ଟଙ୍କା ରହିଥିଲା ।

ଅନ୍ୟପଟେ ରୂପା ଦର ଅପରିବର୍ତ୍ତିତ ରହିଛି । ରୂପା ଦର କିଲୋଗ୍ରାମ୍ ପିଛା ୨ଲକ୍ଷ ୭୦ ହଜାରରେ ପହଞ୍ଚିଛି । ଗତକାଲି ମଧ୍ୟ ଏହି ସମାନ ଦର ରହିଥିଲା । ବାରମ୍ବାର ସୁନାର ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଜାର ବିଶେଷଜ୍ଞଙ୍କ ମତରେ ବିଶ୍ୱ ବଜାରରେ ଡଲାରର ମଜବୁତତା ଏବଂ ଅନ୍ତର୍ଜାତୀୟ ସ୍ତରରେ ଜାରି ରହିଥିବା ଲାଭ-ବୁକିଂ ଘରୋଇ ବଜାରକୁ ପ୍ରଭାବିତ କରୁଛି।












Click it and Unblock the Notifications