ରାଜ୍ୟରେ ହୋଲି ପର୍ବ ପୂର୍ବରୁ ବିପୁଳ ପରିମାଣରେ ଦେବୀ ମଦ ଜବତ, ୯ ଗିରଫ
Odisha News: ରାଜ୍ୟରେ ହୋଲି ପର୍ବ ପୂର୍ବରୁ ଶୁକ୍ରବାର ଅବକାରୀ ବିଭାଗ ଅଧିକାରୀମାନେ ଭୁବନେଶ୍ୱରର ସାଲିଆ ସାହିରେ ବେଆଇନ ଦେଶୀ ମଦ ଦୋକାନରେ ଚଢାଉ କରାଯାଇଛି । ସୂଚନା ମିଳିବା ପରେ ଶୁକ୍ରବାର ଭୋରୁ ଯାଞ୍ଚ ଆରମ୍ଭ ହୋଇଥିଲା ଏବଂ ବିପୁଳ ପରିମାଣରେ ଦେଶୀ ମଦ ଏବଂ କଞ୍ଚାମାଲ ଜବତ କରାଯିବା ସହ ସମସ୍ତ ମଦକୁ ନଷ୍ଟ କରାଯାଇଛି ।
ଅବକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଆସନ୍ତାକାଲି ହୋଲି ପର୍ବ ପାଳନ କରାଯିବ ସେଥି ପାଇଁ କାର୍ଯ୍ୟାନୁଷ୍ଠାନ ତୀବ୍ର କରାଯାଇଛି । ସାଲିଆ ସାହିରେ ଚଢାଉ କରି ପ୍ରାୟ ୧୦୦୦ ଲିଟର ମଦ ଜବତ କରାଯାଇଛି ଏବଂ ୯ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ୨୫ ଜଣିଆ ଅବକାରୀ ବିଭାଗର ଟିମ୍ ଚଢାଉ କରିଛି । ବର୍ତ୍ତମାନ ସମସ୍ତ ଅପରାଧିଙ୍କ ଉପରେ ନଜର ରଖାଯାଇଛି । ଏହା ପୂର୍ବରୁ ମଧ୍ୟ ଅବକାରୀ ବିଭାଗ ଏବଂ କମିଶନରେଟ୍ ପୋଲିସର ମିଳିତ ଅଭିଯାନରେ ସାଲିଆ ସାହିରେ ଏକ ବଡ଼ ଚଢାଉ କରାଯିବା ସହ ପ୍ରାୟ ଛଅଟି ବେଆଇନ ମଦ ୟୁନିଟ୍ ବନ୍ଦ କରାଯାଇଥିଲା।












Click it and Unblock the Notifications