ମାଆ ତାରାତାରିଣୀଙ୍କ ମନ୍ଦିରରୁ ବଡଧରଣର ଲୁଟ୍, ଲୁଟିନେଲେ ମୁକୁଟ ଓ ଅଳଙ୍କାର
ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀଙ୍କ ମନ୍ଦିରରୁ ବଡଧରଣର ଲୁଟ୍ । ଗତକାଲି (ମଙ୍ଗଳବାର) ରାତିରେ ମନ୍ଦିରରେ ପଶି ରୂପା ମୁଖା ସହ ଏକାଧିକ ମୁକୁଟ ଓ ବିଭିନ୍ନ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏଥିରେ ଏକାଧିକ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ଆଜି ସକାଳେ ଏନେଇ ଜଣାପଡିବା ପରେ ସେବାୟତ ଓ ମନ୍ଦିର ପରିଚାଳନା କମିଟିର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଲୁଟିନେଲେ ମୁକୁଟ, ମୁଖା, ରୂପା ଛତା ଓ ଅନ୍ୟାନ୍ୟ ଅଳଙ୍କାର
ଅଭିଯୋଗ ଅନୁସାରେ, ମନ୍ଦିରରେ ବ୍ୟବହାର ହେଉଥିବା ଦୁଇଟି ମୁଖା ସହିତ ଗୋଟିଏ ରୂପାର ଛତା, ତିନୋଟି ମୁକୁଟ, ପୂଜା ଓ ବିଭିନ୍ନ ନୀତିକାନ୍ତିରେ ବ୍ୟବହୃତ ହେଉଥିବା ଏକାଧିକ ଦୁର୍ମୂଲ୍ୟ ଅଳଙ୍କାର ଚୋରି ହୋଇଛି । କେବଳ ଅଳଙ୍କାର ନୁହେଁ ବରଂ ଦୁର୍ବୃତ୍ତମାନେ ମନ୍ଦିର ପରିସରରେ ରହିଥିବା ହୁଣ୍ଡି (ଦାନପାତ୍ର) ଭାଙ୍ଗି ନେଇଯିବା ପାଇଁ ଉଦ୍ୟମ ମଧ୍ୟ କରିଛନ୍ତି । ହୁଣ୍ଡିର ପ୍ରଥମ ତାଲାକୁ ଭାଙ୍ଗି ଦେଇଥିବା ବେଳେ ଭିତର ତାଲାକୁ ଭାଙ୍ଗି ନପାରି ଛାଡି ପଳାଇଛନ୍ତି ଦୁର୍ବୃତ୍ତ । ଏନେଇ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ତିରୁମାଲା କୁମାର ରେଡ୍ଡୀ ସୂଚନା ଦେଇଛନ୍ତି ।

ନଥିଲା CCTV:-
ମା'ଙ୍କ ମନ୍ଦିରରେ ଗତ କିଛି ମାସ ହେବ କିଛି ଉନ୍ନତିକରଣ କାର୍ଯ୍ୟ ଚାଲିଥିଲା । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ହିଁ ସିସିଟିଭି CCTV ଲଗାଯିବା ପାଇଁ ସ୍ଥିର ହୋଇଥିଲା । ଏପରିକି ଗତ ୨୧ ତାରିଖରେ ଏସମ୍ପର୍କରେ ମନ୍ଦିର କମିଟି ବୈଠକରେ ଆଲୋଚନା ମଧ୍ୟ କରାଯାଇଥିଲା । ହେଲେ ସିସିଟିଭି ସଂଯୋଗ ନଥିବାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଏପରି କାଣ୍ଡ ଭିଆଇବାକୁ ପଛଘୁଞ୍ଚା ଦେଇନାହାନ୍ତି
ରାତିରେ ନୀତି ଶେଷ ପରେ ପଡିଥିଲା ପହଡ
ପ୍ରତିଦିନ ଭଳି ଗତକାଲି ରାତିରେ ମଧ୍ୟ ମା'ଙ୍କର ନିର୍ଦ୍ଧାରିତ ନୀତି ଶେଷ କରାଯାଇ ପହଡ ପଡିଥିଲା । ଆଜି ସକାଳେ ମନ୍ଦିରର ପୂଜକ ପହଡ ଖୋଲିବା ପରେ ଏଭଳି ଦୃଶ୍ୟ ଦେଖିଥିଲେ । ପରେ ମନ୍ଦିର ପରିସରରୁ ଏହି ସବୁ ସାମଗ୍ରୀ ଚୋରି ହୋଇଥିବା ଜଣାପଡିଥିଲା । ମନ୍ଦିରର ପରିଚାଳନା କମିଟି ସଦସ୍ୟ ଓ ସେବାୟତମାନେ ପହଞ୍ଚି ଚୋରି ସାମଗ୍ରୀର ଅନୁଧ୍ୟାନ କରିବା ପରେ ପୋଲିସକୁ ସୂଚନା ଦେଇଥିଲେ । ସ୍ଥାନୀୟ ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications