ଦେବୀ ନଦୀରେ ବୁଡ଼ି କାଉଡ଼ିଆ ନିଖୋଜ

ଦେବୀ ନଦୀରେ ବୁଡ଼ିଯାଇ ଜଣେ କାଉଡ଼ିଆ ନିଖୋଜ। ଜଗତସିଂହପୁର ଜିଲ୍ଲା ଆଳି ପିଙ୍ଗଳ ନିକଟ କେତକେଶ୍ୱର ଘାଟରେ ବଡ଼ ଧରଣ ଅଘଟଣ ଘଟିଛି । ଶୈବପୀଠ ଲାଗି ପାଣି ଆଣିବାକୁ ବୁଡ଼ମାରିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

drown

ନିଖୋଜ କାଉଡ଼ିଆ ହେଲେ ଅଷ୍ଟମ ଶ୍ରେଣୀର ଭୋଳା ପ୍ରଧାନ । ତାଙ୍କ ଘର ଛପଡା ଗୋରେଖନାଥ ଅଞ୍ଚଳରେ ବୋଲି ସୂଚନା ମିଳିଛି । ସମ୍ପର୍କୀୟଙ୍କ ସହିତ ପାଣି ଉଠାଇବା ପାଇଁ ଦେବୀ ନଦୀକୁ ପଶିଥିଲେ ଭୋଳା । ନଦୀରେ ପଶି ପାଣିଭାର ଉଠାଉ ଥିବା ବେଳେ ୨ଜଣ କାଉଡିଆ ନଦୀପାଣିରେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି।

ଭୋଳାଙ୍କର ଚିତ୍କାର ଶୁଣି ଅନ୍ଧାରରେ ତାଙ୍କୁ ଖୋଜାଖୋଜି କରିଥିଲେ ସମ୍ପର୍କୀୟ । ହେଲେ ଭୋଳାଙ୍କୁ ଆଉ ପାଇନଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବାବେଳେ ରାତି ଅଧିକ ହେବାରୁ ଏହାକୁ ସ୍ଥଗିତ ରଖିଥିଲା । ଆଜି ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ।

ସେହିଭଳି ଗତକାଲି ଉତ୍ତର ପ୍ରଦେଶର ମେରଟ ଠାରେ ବିଦ୍ୟୁତ୍ ତାର ସେମାନଙ୍କ ଉପରକୁ ଛିଡି ପଡିଥିଲା । ଫଳରେ ୬ଜଣ କାଉଡିଆଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+