ଭୁବନେଶ୍ୱରରେ ୧୦ଲକ୍ଷରେ ମିଳିବ ଘର: ହେଲେ କେମିତି ଜାଣନ୍ତୁ ?

ଭୁବନେଶ୍ୱରରେ ଏବେ ଜମି ଅଧିକ ରେଟ । ଜମି କିଣି ଘର ତିିଆରି କରିବା ପାଇଁ ବିପୁଳ ଅର୍ଥ ଆବଶ୍ୟକ, ଯାହା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଏବଂ ଗରିବଙ୍କ ପାଇଁ ସ୍ବପ୍ନ ହୋଇଯାଇଛି। ସେହିପରି ଆପାର୍ଟମେଣ୍ଟର ଗୋଟିଏ ଫ୍ଲାଟ୍‌ ମୂଲ୍ୟ କୋଟିଏ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଲୋକଙ୍କୁ କମ୍‌ ମୂଲ୍ୟରେ ଘର ଯୋଗାଇବା ପାଇଁ ନଗର ଉନ୍ନୟନ ବିଭାଗ ଗୁରୁତ୍ୱ ଦେଉଛି।

ତଦନୁଯାୟୀ ସର୍ବନିମ୍ନ ୧୦ ଲକ୍ଷ ଟଙ୍କାରେ ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୧ କୋଟି ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଘର ଉପଲବ୍ଧ ରହିବ, ଯାହାକୁ ଲୋକେ ସାମର୍ଥ୍ୟ ଅନୁଯାୟୀ କିଣିପାରିବେ। ଏନେଇ ନିକଟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି।

A house can be found in Bhubaneswar

ବୈଠକର ସୂଚନା ଅନୁଯାୟୀ, ରାଜ୍ୟର ବହୁ ଲୋକଙ୍କ ଇଚ୍ଛା ରାଜଧାନୀରେ ଘର ଖଣ୍ଡିଏ ପାଇବା। କମ୍‌ ମୂଲ୍ୟରେ କିଭଳି ଘର ପାଇବେ ସେଥିପାଇଁ ସରକାରଙ୍କ ପକ୍ଷରୁ ଉତ୍କଳ ହସ୍ପିଟାଲ ନିକଟସ୍ଥ ଅଞ୍ଚଳରେ ନିଜସ୍ବ ପ୍ରକଳ୍ପ କରାଯିବ। ଏହାସହିତ କେତେକ ଆବାସ ନିର୍ମାଣକାରୀ ସଂସ୍ଥା ସହିତ ମିଶି ସରକାରଙ୍କ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯିବାକୁ ଯୋଜନା ରହିଛି, ଯେଉଁଥିରେ ସରକାରୀ ଘରୋଇ ସହଭାଗିତା (ପିପିପି) ମୋଡ୍‌ରେ ୬୦:୪୦ ପ୍ରତିଶତରେ ପ୍ରକଳ୍ପ ନିର୍ମାଣ କରାଯିବ। ଏହାଦ୍ୱାରା ପର୍ଯ୍ୟାୟକ୍ରମେ ରାଜଧାନୀରେ ରହିବାକୁ ଚାହୁଁଥିବା ନିମ୍ନ ଆୟକାରୀ ଲୋକଙ୍କ ଆଶା ପୂରଣ ହୋଇପାରିବ।

ଏହି ପରିପ୍ରେକ୍ଷୀରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭାଗୀୟ ଅତିରିକ୍ତ ସଚିବ ଦେବାଶିଷ ସିଂହ ଏବଂ ଅର୍ଥପରାମର୍ଶଦାତା ଶିଖା ବିଶାଳ ଫିଲିପାଇନ୍ସର ମାନିଲା ଗସ୍ତ କରିଛନ୍ତି । ସେଠାରେ 'ଆଫୋଡେବୁଲ ହାଉସ' ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା କରାଯିବାକୁ ରହିଛି। ମାନିଲାରେ ମେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସେମିନାରରେ କିଭଳି ସହରାଞ୍ଚଳବାସୀଙ୍କୁ 'ଆଫୋଡେବୁଲ ହାଉସ' ଯୋଗାଇବାରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛିି ତା' ଉପରେ ତଥ୍ୟ ଉପସ୍ଥାପନ କରାଯିବ। ଏହାସହିତ ସେଠାରେ ଯଦି କୌଣସି ଭଲ ପ୍ରକଳ୍ପ ଉପରେ ଆଲୋଚନା ହେବ ତା' ଉପରେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାର ଗୁରୁତ୍ୱ ଦେବେ ବୋଲି ଦେବାଶିଷ ସିଂହ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ଗଙ୍ଗାଧର ନାୟକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରେ କମ୍‌ ମୂଲ୍ୟର ଆବାସ ପ୍ରକଳ୍ପ କରିବା ପାଇଁ ଯୋଜନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଉତ୍କଳ ହସ୍ପିଟାଲ ପାଖରେ ସରକାରଙ୍କ ପକ୍ଷରୁ ଏବଂ ଉତ୍କଳ ହାଇଟ୍ସ ନିକଟରେ ଏକ ଘରୋଇ ପ୍ରକଳ୍ପ ସହାୟତାରେ ୧୦ଲକ୍ଷରୁ ୧୧ଲକ୍ଷ ଟଙ୍କା ମଧ୍ୟରେ ଗରିବ ଶ୍ରେଣୀର ଲୋକଙ୍କୁ ଘର ଯୋଗାଇବାକୁ ଯୋଜନା ରହିଛି। ଏହାପରେ ଆଉ ୨ଟି ଆବାସ ପ୍ରକଳ୍ପ ନିର୍ମାଣ କରାଯିବ। ମାତ୍ର ଏହା ଉପରେ ବିଶେଷ ତଥ୍ୟ ଦେଲେ ସ୍ଥାନୀୟ ଅଞ୍ଚଳରେ ଜମିର ଦର ବୃଦ୍ଧିହେବା ସମ୍ଭାବନା ଥିବାରୁ ଏହାର ତଥ୍ୟ ସରକାରଙ୍କ ପକ୍ଷରୁ ପରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+