For Quick Alerts
Turn On Notification  
For Daily Alerts
Oneindia App Download

ଅନ୍ତିମ ଯାତ୍ରାରେ ନବ ଦାସ: ଶେଷକୃତ୍ୟ ପୂର୍ବରୁ ଖେରୁଆଲ ଶ୍ମଶାନରେ ଦିଆଗଲା ଗାର୍ଡ ଅଫ୍ ଅନର

ଅନ୍ତିମ ଯାତ୍ରାରେ ନବ ଦାସ । ଶେଷ ଦର୍ଶନ ପାଇଁ ଖେରୁଆଲ ଶ୍ମଶାନରେ ଲାଗିଛି ଭିଡ । ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀଙ୍କ ସମେତ ବିଧାୟକ ଏବଂ ବରିଷ୍ଠ ନେତାମାନେ ଶେଷଯାତ୍ରାରେ ହେଲେ ସାମିଲ ।

|
Naba Das

ଝାରସୁଗୁଡ଼ା: ଅନ୍ତିମ ଯାତ୍ରାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ନବ ଦାସ ଅମର ରହେ ନାରାରେ ଫାଟି ପଡୁଛି ଖେରୁଆଲ ଶ୍ମଶାନ । ଶେଷକୃତ୍ୟ ପୂର୍ବରୁ ଦିଆଗଲା ଗାର୍ଡ ଅଫ୍ ଅନର । ଆଉ କିଛି ସମୟ ପରେ ସରିବ ଶେଷକୃତ୍ୟ । ମନ୍ତ୍ରୀଙ୍କ ଶେଷ ଦର୍ଶନ ପାଇଁ ଖେରୁଆଲ ଶ୍ମଶାନରେ ଲାଗିଛି ଭିଡ । ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀଙ୍କ ସମେତ ବିଧାୟକ ଏବଂ ବରିଷ୍ଠ ନେତାମାନେ ଶେଷଯାତ୍ରାରେ ହେଲେ ସାମିଲ । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଦିଆଗଲା ରାଷ୍ଟ୍ରୀୟ ମର୍ଯ୍ୟାଦା ।

ପୂର୍ବରୁ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ନବଙ୍କ ମରଶରୀରକୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ବାସଭବନରେ ପହଞ୍ଚି ଆଜି ନବଙ୍କ ମରଶରୀରକୁ ପୁଷ୍ପ ଗୁଚ୍ଛ ଦେଇ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ।

ସୂଚନାଥାଉ ଯେ, ଗତକାଲି ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳିମାଡ଼ରେ ନିହତ ହୋଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ବ୍ରଜରାଜନଗର ଗାନ୍ଧୀ ଛକ ଠାରେ ତାଙ୍କୁ ଗୁଳିମାଡ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଅବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଥିଲା । ବିମାନବନ୍ଦରରୁ ଗ୍ରିନ୍ କରିଡ଼ରରେ ନିଆଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ସମୟ ତାଙ୍କ ଚିକିତ୍ସା କରାଯିବା ପରେ ଶେଷରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
A guard of honour was given at the Kherual before the cremation.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X