For Quick Alerts
Turn On Notification  
For Daily Alerts
Oneindia App Download

କଂଗ୍ରେସର ବନ୍ଦ ପାଳନକୁ ସମର୍ଥନ କଲେ ବର ପାତ୍ର

କଂଗ୍ରେସର ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଲେ ଜଣେ ବର ପାତ୍ର । ସମ୍ବଲପୁର ଅଇଁଠାପାଲି ଛକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

|

ସମ୍ବଲପୁର: ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡିଶା ବନ୍ଦ ଡକାରା ଦିଆଯାଇଥିଲା । ସକାଳ 7ଟାରୁ ଦିନ 1ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିଥିଲା କଂଗ୍ରେସ । ମାତ୍ର ଅତ୍ୟାବଶକୀୟ ସେବା, ଯେମିତି ଆମ୍ବୁଲାନ୍ସ , ବର ଗାଡି ଆଦିକୁ ବନ୍ଦରୁ ବାଦ ଦେଇଥିଲେ କଂଗ୍ରେସ କର୍ମୀ । ତେବେ କଂଗ୍ରେସର ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଲେ ଜଣେ ବର ପାତ୍ର । ସମ୍ବଲପୁର ଅଇଁଠାପାଲି ଛକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

Odisha bandh

ବର ବେଶରେ ଥିବା ବେଳେ ଗାଡିରୁ ଓହ୍ଲାଇ କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିବା ସହ ବନ୍ଦକୁ ବର ପାତ୍ର ଜଣଙ୍କ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଝାଡଖଣ୍ଡର ସୁନ୍ଦର ସିଂ ନାମକ ଜଣେ ଯୁବକ ରବିବାର ଦିନ ବୌଦ୍ଧ ଅଞ୍ଚଳରେ ବିବାହ କରି ସୋମବାର ଝାଡଖଣ୍ଡ ଫେରୁଥିଲେ । ସାଙ୍ଗରେ ତାଙ୍କ ନବବିବାହିତା ସ୍ତ୍ରୀ, ପୁରୋହିତ, ବରଯାତ୍ରୀ ଓ ପରିବାର ସଦସ୍ୟ ଥିଲେ ।

ତେବେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ ସେମାନଙ୍କୁ ଆନ୍ଦୋଳନକାରୀ ଅଟକାଇଥିଲେ । ଫଳରେ ବର ପାତ୍ର ଜଣଙ୍କ ନିଜେ ଗାଡିରୁ ଓହ୍ଲାଇ କଂଗ୍ରେସ କର୍ମୀଙ୍କୁ ସମର୍ଥନ ଜଣାଇବା ସହ ଆସନ୍ତା ନିର୍ବାଚନରେ କଂଗ୍ରେସ ସରକାର ଗଠନ କରୁ ବୋଲି କହିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
A Groom Supported congres Odisha Bandh
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X