କଂଗ୍ରେସର ବନ୍ଦ ପାଳନକୁ ସମର୍ଥନ କଲେ ବର ପାତ୍ର
କଂଗ୍ରେସର ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଲେ ଜଣେ ବର ପାତ୍ର । ସମ୍ବଲପୁର ଅଇଁଠାପାଲି ଛକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ସମ୍ବଲପୁର: ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡିଶା ବନ୍ଦ ଡକାରା ଦିଆଯାଇଥିଲା । ସକାଳ 7ଟାରୁ ଦିନ 1ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିଥିଲା କଂଗ୍ରେସ । ମାତ୍ର ଅତ୍ୟାବଶକୀୟ ସେବା, ଯେମିତି ଆମ୍ବୁଲାନ୍ସ , ବର ଗାଡି ଆଦିକୁ ବନ୍ଦରୁ ବାଦ ଦେଇଥିଲେ କଂଗ୍ରେସ କର୍ମୀ । ତେବେ କଂଗ୍ରେସର ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଲେ ଜଣେ ବର ପାତ୍ର । ସମ୍ବଲପୁର ଅଇଁଠାପାଲି ଛକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ବର ବେଶରେ ଥିବା ବେଳେ ଗାଡିରୁ ଓହ୍ଲାଇ କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିବା ସହ ବନ୍ଦକୁ ବର ପାତ୍ର ଜଣଙ୍କ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଝାଡଖଣ୍ଡର ସୁନ୍ଦର ସିଂ ନାମକ ଜଣେ ଯୁବକ ରବିବାର ଦିନ ବୌଦ୍ଧ ଅଞ୍ଚଳରେ ବିବାହ କରି ସୋମବାର ଝାଡଖଣ୍ଡ ଫେରୁଥିଲେ । ସାଙ୍ଗରେ ତାଙ୍କ ନବବିବାହିତା ସ୍ତ୍ରୀ, ପୁରୋହିତ, ବରଯାତ୍ରୀ ଓ ପରିବାର ସଦସ୍ୟ ଥିଲେ ।
ତେବେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ ସେମାନଙ୍କୁ ଆନ୍ଦୋଳନକାରୀ ଅଟକାଇଥିଲେ । ଫଳରେ ବର ପାତ୍ର ଜଣଙ୍କ ନିଜେ ଗାଡିରୁ ଓହ୍ଲାଇ କଂଗ୍ରେସ କର୍ମୀଙ୍କୁ ସମର୍ଥନ ଜଣାଇବା ସହ ଆସନ୍ତା ନିର୍ବାଚନରେ କଂଗ୍ରେସ ସରକାର ଗଠନ କରୁ ବୋଲି କହିଥିଲେ ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications