ଗାଁ ଗାଁ ବୁଲି ସାନିଟାଇଜ କରୁଛନ୍ତି ସରକାରୀ ଶିକ୍ଷକ
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର ଖଇଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଜିତ୍ କୁମାର ସାହୁ । ହିଞ୍ଜିଳିକାଟୁ ବ୍ଲକ ଓ ଜଗନ୍ନାଥ ମାର୍ଗ ଥାନା ସାହି ଇତ୍ୟାଦି ଅଞ୍ଚଳକୁ ସାନିଟାଇଜ କରିବା ସହ ଲୋକଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି ।
ବ୍ରହ୍ମପୁର: ବୃତ୍ତିରେ ଜଣେ ସରକାରୀ ଶିକ୍ଷକ । ହେଲେ ନିଷା ସମାଜ ସେବା । କରୋନାର ଦ୍ବିତୀୟ ଲହରୀରେ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଲକଡାଉନ ସଟଡାଉନ ପାଇଁ ଲୋକେ ପଦାକୁ ଗୋଡ କଢିବାକୁ ଡରୁଥିବା ବେଳେ ଗାଁ ଗାଁ ବୁଲି ସାନିଟାଇଜ କରୁଛନ୍ତି ଜଣେ ସରକାରୀ ଶିକ୍ଷକ। ତେବେ ଏହି ସଦ୍ ହୃଦୟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର ଖଇଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଜିତ୍ କୁମାର ସାହୁ ।

ହିଞ୍ଜିଳିକାଟୁ ବ୍ଲକ ଓ ଜଗନ୍ନାଥ ମାର୍ଗ ଥାନା ସାହି ଇତ୍ୟାଦି ଅଞ୍ଚଳକୁ ସାନିଟାଇଜ କରିବା ସହ ଲୋକଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି । ନିଃସ୍ଵାର୍ଥପର ଏବଂ ନିଜ ଖର୍ଚ୍ଚରେ ସାନିଟାଇଜ କରିବାକୁ ମନସ୍ଥ କରିବା ସହ ଲାଗିପଡିଛନ୍ତ ସମାଜ ସେବାରେ । ତେବେ ଏହି ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରି ଆତ୍ମ ସନ୍ତୋଷ ପାଉଛି ବୋଲି ସେ କହିଛନ୍ତି ।

ସହରକୁ ବା ଗ୍ରାମାଞ୍ଚଳକୁ ରୋଗ ମୁକ୍ତ କରିବା ପାଇଁ ଅଜିତ୍ ସାହୁ ଦୃଢ଼ ସଂକଳ୍ପ ନେଇଛନ୍ତି। ଆବଶ୍ୟକ ସାମଗ୍ରୀ ଦୋକାନୀ ଗୁଡ଼ିକ ଦିନ 12 ଟାରେ ବନ୍ଦ ହୋଇ ସାରିଲା ପରେ ସେ ପ୍ରତି ଦିନ ଯାଇ ସାନିଟାଇଜ୍ କରନ୍ତି। ଏହି ସବୁ କାର୍ଯ୍ୟ କରିବା ସମୟରେ ଖୁବ୍ ସତର୍କତା ରହି ସାନିଟାଇଜ୍ କରନ୍ତି ଅଜିତ୍ ସାର। ଶିକ୍ଷକ ଜଣଙ୍କର ଏହି କାର୍ଯ୍ୟପାଇଁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି ।












Click it and Unblock the Notifications