Get Updates
Get notified of breaking news, exclusive insights, and must-see stories!

ବିବିଧତାରେ ଏକତାର ବାର୍ତ୍ତା ନେଇ ଓଡ଼ିଶା ଆସିଛନ୍ତି ଉତ୍ତର-ପୂର୍ବ ଭାରତର ଛାତ୍ରଛାତ୍ରୀ, ଓଡ଼ିଆ ଘରେ ରହିବେ, ଖାଇବେ କ୍ଷୀରି ପୁରୀ

ଭଞ୍ଜକଳା ମଣ୍ଡପରେ ସିଲ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା । ୧୯୬୬ ମସିହାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରୟାସରେ ଆନ୍ତଃ ରାଜ୍ୟ ଛାତ୍ର ଜୀବନ ଦର୍ଶନ (SEIL) କାର୍ଯ୍ୟକ୍ରମ ହୋଇ ଆସୁଛି ।

SEIL

ଭୁବନେଶ୍ୱର : ଉତ୍ତର-ପୂର୍ବ ଭାରତରୁ ଓଡ଼ିଶାକୁ ଆସିଛନ୍ତି ୩୨ ଜଣିଆ ପ୍ରତିନିଧି ଦଳ। ଓଡ଼ିଆ ଘରେ ରହିବା ସହ ଓଡ଼ିଆ ଖାଦ୍ୟ ଖାଇବେ ଏହି ଅତିଥିଗଣ। ଆଉ ତା ସହ ଆମ ସଂସ୍କୃତି ଓ ଐତିହ୍ୟ ବିଷୟରେ ଜାଣିବେ। ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦେଉଥିବା ଭାରତ ବର୍ଷର ରୀତିନୀତି ବିଷୟରେ ଜାଣିବେ। ଆସିଥିବା ଏହି ପ୍ରିତିନିଧି ଦଳ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ୩୨ଟି ଓଡ଼ିଆ ପରିବାରରେ ୩ ଦିନ ରହିବା ସହ ଆମ କଳା ବିଷୟରେ ଜାଣିବେ ।

ପ୍ରଥମ ଦିନରେ ରାଜ୍ୟର କିଛି ପ୍ରମୁଖ ବିଶ୍ଵବିଦ୍ୟାଳୟକୁ ସେମାନେ ଯିବା ସହ ଆଇଆଇଟି ଭୁବନେଶ୍ୱର ବୁଲି ସେଠାକାର ଅନୁଭୂତି ନେଇଛନ୍ତି। ରାଜ୍ୟର କିଛି ମିଡ଼ିଆ ହାଉସ ବି ଦେଖିଛନ୍ତି। କୋଣାର୍କ ସ୍ଥିତ ଗୋପ ଗ୍ରାମକୁ ଯାଇ ଗ୍ରାମାଞ୍ଚଳର ଅନୁଭୂତିକୁ ବି ସେମାନେ ଗ୍ରହଣ କରିଛନ୍ତି। କୋଣାର୍କ ମନ୍ଦିର ବୁଲି ଆମ ଚିତ୍ରକଳାର ମହତ୍ତ୍ଵ ବି ବୁଝିଛନ୍ତି ।

ଓଡ଼ିଆ ପିଠା, କ୍ଷୀରି, ପୁରୀ ଖାଇବା ସହ ଓଡିଆ ପୋଷକ ପରିଧାନ କରିବେ। ଏହାସହ ପୂର୍ବ ଭାରତର କଳା ଓ ସଂସ୍କୃତିକୁ ଆମ ନିକଟରେ ପ୍ରତିପାଦନ କରିବେ । ମହାପ୍ରଭୁ ଜଗନ୍ନାଥଙ୍କ ରାଜ୍ୟ ଓଡ଼ିଶା ତାର କଳା ଓ ସଂସ୍କୃତି କ୍ଷେତ୍ରରେ ଉତ୍ତରପୂର୍ବାଞ୍ଚଳରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ସିଲର ଜଣେ ପ୍ରତିନିଧି କହିଛନ୍ତି।

ସିଲ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପ୍ରତିନିଧିମାନେ ଆମ ରାଜ୍ୟକୁ ଆସିଛନ୍ତି। Student Experience in Inter-State Living (SEIL) ଆନ୍ତଃ ରାଜ୍ୟ ଛାତ୍ର ଜୀବନ ଦର୍ଶନ ଏକ କାର୍ଯ୍ୟକ୍ରମ ଯେଉଁଥିରେ ଉତ୍ତରପୂର୍ବାଞ୍ଚଳର ଜନସାଧାରଣଙ୍କୁ ଭାରତ ଏକ ପରିବାରର ଅନୁଭବ ଦେବା ସହ ବିଭିନ୍ନ ରାଜ୍ୟର ଐତିହ୍ୟ ଓ ସଂସ୍କୃତି ସହ ପରିଚିତ କରାଯାଇଥାଏ। ୧୯୬୨ର ଚୀନ ଭାରତ ଯୁଦ୍ଧ ପରେ ଚାଇନା ଦ୍ୱାରା ଉତ୍ତରପୂର୍ବାଞ୍ଚଳର ଜନସାଧାରଣଙ୍କ ମନରେ ବିଛିନ୍ନତାବାଦର ବିଚାର ସୃଷ୍ଟି କରିବାର ହୀନ ପ୍ରୟାସ କରାଯାଉଥିଲା। ତେଣୁ ଏହି ଭ୍ରାନ୍ତିକୁ ଦୂରକରି ଉତ୍ତରପୂର୍ବାଞ୍ଚଳର ଜନସାଧାରଣଙ୍କୁ ଭାରତ ଏକ ପରିବାରର ଅନୁଭବ ଦେବା ସହ ବିଭିନ୍ନ ରାଜ୍ୟର ଐତିହ୍ୟ ଓ ସଂସ୍କୃତିସହ ପରିଚିତ କରାଇବା ପାଇଁ ୧୯୬୬ ମସିହାରୁ ଏହି SEIL କାର୍ଯ୍ୟକ୍ରମ ହୋଇ ଆସୁଛି । ଏହି କ୍ରମରେ ନିବିଆଙ୍ଗ ସୁମେର ଓ ପୁନା ପେଗୁଙ୍କ ନେତୃତ୍ୱରେ ୩୨ ଜଣିଆ ଏକ ପ୍ରତିନିଧି ଦଳ ଓଡ଼ିଶାରେ ପହଞ୍ଚିଛନ୍ତି ।

ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉତ୍ତରପୂର୍ବାଞ୍ଚଳରୁ ସର୍ବମୋଟ ୪୫୦ ଜଣ ପ୍ରତିନିଧି ୧୬ ଟି ଗ୍ରୁପରେ ବିଭକ୍ତ ହୋଇ ୨୨ଟି ଦେଶର ୬୪ଟି ସ୍ଥାନ ପରିଭ୍ରମଣ କରିବେ। ଉକ୍ତ ୧୬ଟି ଗ୍ରୁପ ଉତ୍ତରପୂର୍ବାଞ୍ଚଳ ର ବିଭିନ୍ନ ସ୍ୱତନ୍ତ୍ରତା ସେନାନି ମାନଙ୍କ ନାମରେ ନାମିତ ହୋଇଛି ଏହି ପ୍ରତିନିଧି ଦଳକୁ ମଣିପୁରର ସ୍ୱତନ୍ତ୍ରତା ସଂଗ୍ରାମୀ Haipou Jadonong Malangmei ଙ୍କ ନାମରେ ନାମିତ କରାଯାଇଛି ।

ପ୍ରତିନିଧି ଦଳରେ ଅରୁଣାଚଳ ପ୍ରଦେଶରୁ ୩ ଜଣ କରି ଛାତ୍ର ଓ ଛାତ୍ରୀ, ଆସାମରୁ ୫ ଜଣ ଛାତ୍ର ଓ ଜଣେ ଛାତ୍ରୀ, ମେଘାଳୟରୁ ଜଣେ ଛାତ୍ର ଓ ୫ ଜଣ ଛାତ୍ରୀ, ନାଗାଲାଣ୍ଡରୁ ଦୁଇଜଣ ଛାତ୍ର, ମିଜୋରାମରୁ ୩ ଜଣ ଛାତ୍ର ଓ ଜଣେ ଛାତ୍ରୀ ଏବଂ ତ୍ରିପୁରାରୁ ୨ ଜଣ ଛାତ୍ର ପ୍ରତିନିଧି ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+