ଅତି ଭୟଙ୍କର ଉପରେ ମାଡ଼ି ଆସୁଛି ବାତ୍ୟା ଦାନା; ୪ ଜିଲ୍ଲାରେ ରାଚିବ ତାଣ୍ଡବ

ଭୀଷଣ ବାତ୍ୟାର ରୂପ ନେଇ ଉପକୂଳମୁହାଁ ହେଉଛି ଦାନା। ବାତ୍ୟା 'ଦାନା' ଉତ୍ତର ପଶ୍ଚିମ ଦିଗରେ ୧୫ କିଲୋମିଟର ବେଗରେ ଗତି କରୁଛି। ପାରାଦୀପ ଦକ୍ଷିଣ-ପୂର୍ବକୁ ୨୬୦ କିଲୋମିଟର ଓ ଧାମରା ଠାରୁ ୨୯୦ ଦୂରରେ ଦାନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଭୟଙ୍କର ରୂପ ଧାରଣ କରି ଉତ୍ତର ପଶ୍ଚିମ ଦିଗରେ ଗତିକରି ଭିତରକନିକା ଏବଂ ଧାମରା ମଧ୍ୟ ଦେଇ ସ୍ଥଳଭାଗରେ ଅତିକ୍ରମ କରିବ।

Cyclone Dana

ଏହି ସମୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହିସବୁ ଜିଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ସେହିପରି ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଓ ଭଦ୍ରକରେ ବାତ୍ୟାର ଅଧିକ ପ୍ରଭାବ ରହିବ। ପ୍ରବଳରୁ ଅତି ପ୍ରବଳ ପର୍ଷା ହେବା ସହ ଭୟଙ୍କର ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ତେବେ ସକାଳୁ ସକାଳୁ ଚାନ୍ଦବାଲି, ପୁରୀ, ଏବଂ କେନ୍ଦ୍ରାପଡାରେ ସକାଳୁ ସକାଳୁ ଅଧିକ ବର୍ଷା ହୋଇଛି। ଭୁବନେଶ୍ୱରରେ ମଧ୍ୟ ସକାଳୁ ବର୍ଷା ଜାରି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+