ଅଧ୍ୟାପକଙ୍କୁ ହାଣିଲେ ଦୁଇ ଯୁବକ, ଅଳ୍ପକେ ବଞ୍ଚିଲା ଜୀବନ
ଉଦଳା: ଅଧ୍ୟାପକଙ୍କୁ ଆକ୍ରମଣ । ପଛରୁ ଭୁଜାଲି ଧରି ହାଣିଲେ, ଆଉ ମୁଣ୍ଡରେ ହେଲମେଟ ଥିବାରୁ ଅଳ୍ପକେ ଜୀବନ ବଞ୍ଚାଇପାରିଲେ ଅଧ୍ୟାପକ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା କୁକୁରଡିମା ଛକ ନିକଟରେ।

କପ୍ତିପଦା ଥାନା ନୁଦଡିହା ମେଘାସନ ମହାବିଦ୍ୟାଳୟ ଯୁକ୍ତ ୩ ଗଣିତ ବିଭାଗର ଅଧ୍ୟାପକ ରୂପେଶ କୁମାର ମହାପାତ୍ର ଆଜି କଲେଜ ଯାଉଥିଲେ। ବାଇକରେ କଲେଜ ଯାଉଥିବା ବେଳେ କୁକୁରଡିମା ଛକ ନିକଟରେ ଦୁଇ ଜଣ ଯୁବକ ପଛ ପାଖରୁ ବାଇକରେ ଆସି ଏକ ବଡ଼ ଭୁଜାଲିରେ ତାଙ୍କ ମୁଣ୍ଡକୁ ହାଣିଥିଲେ। ଅଧ୍ୟାପକ ରୂପେଶ ହେଲମେଟ ପିନ୍ଧିଥିବାରୁ ଭୁଜାଲି ଚୋଟ ହେଲମେଟରେ ବାଜିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ରୂପେଶ। ହେଲେ ଦୁଇ ଦୁର୍ବୃତ୍ତ ପୁଣି ଭୁଜାଲିରେ ତାଙ୍କୁ ହାଣିଥିବା ବେଳେ ତାଙ୍କ କାନ୍ଧରେ ଗୁରୁତର କ୍ଷତ ହୋଇଥିଲା।
ଯାହାକି ରୂପେଶ ଆକ୍ରମଣ ଜାଣି ପାରି ଘଟଣାସ୍ଥଳରୁ ଖସିଯିବାକୁ ନିଜ ବାଇକ ବୁଲାଇଥିବା ବେଳେ ଦୁବୁର୍ତମାନେ କିଛି ବାଟ ତାଙ୍କୁ ଗୋଡାଇଥିଲେ । ହେଲେ ସେ ନିକଟସ୍ଥ ଗ୍ରାମ ଭିତରକୁ ପଶିଯିବାରୁ ଦୁବୁର୍ତମାନେ ସେଠାରୁ ଖସି ଚାଲିଯାଇଥିଲେ । ତେବେ କେଉଁ କାରଣରୁ ସ୍ପଷ୍ଟ ଦିବା ଲୋକରେ ବିଚ୍ ରାସ୍ତାରେ ରାଜ୍ୟ ରାଜପଥରେ ଜଣେ ଅଧ୍ୟାପକଙ୍କୁ ଏପରି ମରଣାନ୍ତକ ଆକ୍ରମଣ କଲେ ତାହାର ଖୋଳତାଡ କରୁଛି ପୋଲିସ୍ । ହେଲେ କେଉଁ କାରଣରୁ ଏହି ମରଣାନ୍ତକ ଆକ୍ରମଣ ହୋଇଛି ତାହା ଅସ୍ପଷ୍ଟ ରହିଛି ।












Click it and Unblock the Notifications