ସପ୍ତମ ପାସ୍‌ରେ ଡାକ୍ତର କରୁଥିଲେ ପାଇଲ୍‌ସ ଅପରେସନ, ଧରାପଡି ଜେଲ୍ ଗଲେ

ବ୍ରହ୍ମପୁର : ବ୍ରହ୍ମପୁରରେ ନକଲି ଡାକ୍ତରକୁ ଗିରଫ କରିଛି ଟାଉନ ଥାନା ପୁଲିସ । ଗିରଫ ଡାକ୍ତର ଜଣକ ହେଲେ ୱେଷ୍ଟବେଙ୍ଗଲ୍ ର ଡ଼ା. ଉତ୍ପଲ ବାଲା । ସେ ସିଟି ହସ୍ପିଟାଲ ନିକଟରେ କ୍ଲିନିକ୍ କରିଥିଲେ । ଅଭିଯୋଗ ହେବା ପରେ ଟାଉନ ଥାନା କେସ ନଂ ୩୩୪/୨୪ରେ ଗୁରୁବାର ନକଲି ଡାକ୍ତରଙ୍କୁ ଗିରଫ କରିଛି। ତାଙ୍କୁ ଜେରା ବେଳେ ସେ କିଛିବର୍ଷ ପୂର୍ବରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏକ ହୋଟେଲରେ ବୟ(ଶ୍ରମିକ) ଭାବେ କାମ କରୁଥିଲେ। ସେଠାରେ ସେ ନିଜର ଡାକ୍ତରୀ ସାର୍ଟିଫିକେଟ ନଥାଇ ମଧ୍ୟ ଜଣେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ। ୫ବର୍ଷ ପୂର୍ବେ ସେ ଵ୍ରହ୍ମପୁର ଆସି ଜଣେ ନକଲି ଡାକ୍ତର ହୋଇ ଅସଲି ଡକ୍ଟର ଭାବେ ରୋଗୀଙ୍କୁ ଚିକିତ୍ସା କରି ଆସୁଥିଲେ। ସେ ଏନେଇ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି।

ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। ପରେ କୋର୍ଟ ନିର୍ଦେଶରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ସୌଭାଗ୍ୟ ସ୍ୱାଇଁ ସୂଚନା ଦେଇଛନ୍ତି। ପୋଲିସ ଏହି ନକଲି ଆର୍ୟୁବେଦିକ ଡାକ୍ତରଙ୍କ କ୍ଲିନିକରୁ ବିଭିନ୍ନ କମ୍ପାନୀର ଆୟୁର୍ବେଦିକ ଔଷଧ, ଚେରମୂଳୀ, ଷ୍ଟେଥୋସ୍କୋପ, ପାଇଲ୍ସ ଅପରେସନ ବେଳେ ବ୍ୟବହୃତ ସରଞ୍ଜାମ, ତାଙ୍କ ନାମରେ ଥିବା ଡାକ୍ତରୀ ନୋଟପ୍ୟାଡ୍, କ୍ଲିନିକ ଓ ନକଲି ଡାକ୍ତର ନାଁରେ ଲଗାଯାଇଥିବା ସାଇନବୋର୍ଡ, ବଙ୍ଗାଳି ଭାଷାରେ ଲେଖାଥିବା ୩ଟି ଆୟୁର୍ବେଦିକ ଚିକିତ୍ସା ପୁସ୍ତକ ଆଦି ଜବତ କରିଛି। ପ୍ରକାଶଥାଉକି, କନ୍ଧମାଳ ଜିଲା କୋଟଗଡ ନିକଟ ସଲକିଗୁଡାବାଡର ଜଣେ ଯୁବକଙ୍କ ମଳକଣ୍ଟକ ରୋଗ ଥିବାରୁ ସେ ଗତମାସରେ କ୍ରିଷ୍ଣା ପାଇଲ୍ସ କ୍ଲିନିକୁ ଚିକିତ୍ସା କରାଇବାକୁ ଆସିଥିଲେ ।

a fake doctor

ପୁଲିସ ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଯେ ସେ ମାତ୍ର ସପ୍ତମ ପର୍ଯ୍ୟନ୍ତ ପଢ଼ିଛନ୍ତି। ଲୋକଙ୍କୁ ନକଲି ବିଏଏମଏସ ସାର୍ଟିଫିକେଟ୍ ଦେଖାଇ ନିଜକୁ ଆୟୁର୍ବେଦିକ ଡାକ୍ତର କହି ସେ ଚିକିତ୍ସା କରୁଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ନକଲି ଡାକ୍ତର ଅଛନ୍ତି। ଖୋଲାଖୋଲି ଭାବେ କ୍ଲିନିକ ଖୋଲି ସେମାନେ ଲୋକଙ୍କୁ ଚିକିତ୍ସା କରୁଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏଭଳି ନକଲି ଡାକ୍ତରମାନଙ୍କୁ ଗିରଫ କରୁଛି ପୁଲିସ୍। ତେବେ ରାଜ୍ୟକୁ ନକଲି ଡାକ୍ତର ଶୂନ୍ୟ କରିବାରେ ପ୍ରଶାସନ ସଫଳ ହୋଇପାରି ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+