ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ; ଆପାର୍ଟମେଣ୍ଟରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

ପଟିଆଛକର ଏକ ଆପାର୍ଟମେଣ୍ଟ ଅଷ୍ଟମ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି । ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଏହି ଅଗ୍ନିକାଣ୍ଡଟି ଘଟିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥିରେ କେହି ଆହତ ହୋଇ ନ ଥିବା ଜଣାଯାଇଛି।

ନିଆଁ ଲାଗିବା ପରେ ଆପାର୍ଟମେଣ୍ଟ ବାସିନ୍ଦା ଅଗ୍ନିଶମବାହିନୀକୁ ଡାକିଥିଲେ । ଏହାପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପ୍ରକ୍ରିୟା ଜାରି ରଖିଥିଲେ। ଦୀର୍ଘ ସମୟ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁଙ୍କୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ କ'ଣ କ'ଣ ନଷ୍ଟ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଭୋର୍ ୩ଟା ସମୟରେ ନିଆଁ ଲାଗିଥିବା କୁହାଯାଉଛି।

fire

ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଥିଲେ। ନିଆଁ ଲିଭା ସରଞ୍ଜାମ ଏତେ ଉଚ୍ଚକୁ ନେବା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା। ମାତ୍ର ବହୁ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ନିଜ ସରଞ୍ଜାମ ସହ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି।

ଏଥିସହ ତୁରନ୍ତ ଆପାର୍ଟମେଣ୍ଟର ଅନ୍ତେବାସୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ଚାରିଆଡ଼େ ଧୂଆଁ ଖେଳି ଯାଇଥିବାରୁ କିଛି ଲୋକ ଅଣନିଶ୍ୱାସୀ ହୋଇ ପଡ଼ିଥିବା ଅଭିଯୋଗ କରିଛନ୍ତି। ତେବେ କେହି ମେଡିକାଲରେ ଭର୍ତ୍ତି ହୋଇ ନ ଥିବା ଜଣାଯାଇଛି।

ଏଭଳି ଅଗ୍ନିକାଣ୍ଡ ଯୋଗୁ ଆପାର୍ଟମେଣ୍ଟ ତଥା ଆଖପାଖ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+