Get Updates
Get notified of breaking news, exclusive insights, and must-see stories!

ଆସୁଛି ବାତ୍ୟା ! ଉତ୍ତର-ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ

ଆସୁଛି ବାତ୍ୟା ! ଉତ୍ତର-ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ବଢୁଛି ଆଶଙ୍କା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି ଉତ୍ତର-ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ୨୨ ତାରିଖ ବେଳକୁ ଏହା ଅବପାତରେ ପରିଣିତ ହୋଇପାରେ । ୨୩ କିମ୍ବା ୨୪ ତାରିଖରେ ଏହା ବ୍ୟାତାରେ ରୁପ ନେଇ ପାରେ । ଘୁର୍ଣ୍ଣିବଳୟରୁ ଲଘୁଚାପ ଓ ପରେ ଅବପାତ ହେବା ନେଇ ସମ୍ଭାବନା ରହିଛି । ଅବପାତରେ ଘନୀଭୂତ ହୋଇ ବାତ୍ୟା ରୂପ ନେବ । ଏପର୍ଯ୍ୟନ୍ତ ଲ୍ୟାଣ୍ତଫଲ୍ ସ୍ଥଳ ସ୍ପଷ୍ଟ ହୋଇ ନାହିଁ । ଏହାର ପ୍ରଭାବରେ ୨୩ ତାରିଖରୁ ରାଜ୍ୟର ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ । ସମୁଦ୍ର ଅଶାନ୍ତ ହେବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ୨୨ ତାରିଖରୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।

ODISHA.CYCLONE

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର ଆଣ୍ତାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ୨୨ ତାରିଖ ବେଳକୁ ଅବପାତରେ ପରିଣିତ ହୋଇପାରେ । ପରବର୍ତ୍ତି ସମୟରେ ଏହା ଅଧିକ କେନ୍ଦ୍ରୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ହେଲେ ଏହା କେଉଁ ଦିଗରେ ଗତି କରିବ ଓ ଏହାର ତୀବ୍ରତା ଏବଂ ପ୍ରଭାବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଆସନ୍ତା ୨ ଦିନ ମଧ୍ୟରେ ଏହାର ସ୍ପଷ୍ଟ ଚିତ୍ର ମିଳିପାରିବ । ଏହି ସମୟରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ମୁଖ୍ୟ କାର୍ଯ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨ ତାରିଖ ବେଳକୁ ଓଡ଼ିଶାରେ ବାତ୍ୟାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା 'ସୁପର ସାଇକ୍ଲୋନ୍‌' ହେବାର ଆଶଙ୍କା ନାହିଁ । ବାତ୍ୟା ସୃଷ୍ଟି ପାଇଁ ବଙ୍ଗୋପସାଗରର ସ୍ଥିତି ଅନୁକୂଳ ରହିଛି ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ (ଡିଜି) ମୃତ୍ୟୁଞ୍ଜୟ ମହାପାତ୍ର। ସେହିପରି ଏହି ସମୟରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ମୁଖ୍ୟ କାର୍ଯ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+