ନବୀନ ନିବାସରେ ଓଡ଼ିଆ ସିନେ ଅଭିନେତାଙ୍କ ଭିଡ
ନବୀନ ନିବାସରେ ଜମିଲା ଓଡ଼ିଆ କଳାକାରଙ୍କ ଭିଡ଼। ଶୁକ୍ରବାର ସକାଳୁ ସକାଳୁ ଅନେକ ସିନେ ଅଭିନେତା ଏବଂ ଗୀତିକାରମାନଙ୍କୁ ନବୀନ ନିବାସକୁ ନିମନ୍ତ୍ରଣ କରାଯାଇଥିଲା। ଯାହାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଅଭିନେତା ସ୍ୱରାଜ ବାରିକ, ଅମ୍ଲାନ ଦାସ, ସମ୍ବିତ, ଦେବାଶିଷ, କମେଡିଆନ ସନ୍ତୁ, ଶଙ୍କର, ଗୁଡୁ ଓ ଅଭିନେତ୍ରୀ ଭୂମିକା, ଲିପ୍ସା ଓ ନିକିତା ଆଦି ଆସି ପହଞ୍ଚିଥିଲେ। କେବଳ ଏତିକି ନୁହେଁ ଅନେକ ହାସ୍ୟ କଳାକାରଙ୍କ ସହ ବହୁ ୟୁଟ୍ୟୁବର ମାନେ ମଧ୍ୟ ଉପସ୍ଥିତ ଥିଲେ।

ଆଗାମୀ ସାଧାରଣ ନିର୍ବାଚନରେ ପ୍ରଚାର ଜୋରଦାର କରିବା ପାଇଁ ବିଜୁ ଜନତା ଦଳ ନିଜର ପ୍ରୟାସ ଆରମ୍ଭ କରିଛି । ପ୍ରଚାର ମୈଦାନକୁ ଆହୁରି ଜୋରଦାର କରିବା ପାଇଁ ଲୋକପ୍ରିୟ କଳାକାରଙ୍କୁ ଖୋଜା ପଡିଥିବା କୁହାଯାଉଛି । କାରଣ ଏଥର ବିଜେଡିରୁ ଯାଇ ସମସ୍ତ ଷ୍ଟାର ପ୍ରଚାରକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଯାହା ଫଳରେ ବିଜେଡିରେ ଏବେ କେହି ଅଭିନେତା ଷ୍ଟାର ପ୍ରଚାରକ ନାହାନ୍ତି ।












Click it and Unblock the Notifications