ପାଣ୍ଡିଆନ ଓ ନବୀନଙ୍କ ପାଈଁ ମେଘନାଦ ପାଚେରୀରେ ଫାଟ; ଅନିଲ ବିଶ୍ଵାଳ

ମହାପ୍ରଭୁ ଜଗନ୍ନାଥଙ୍କ ମେଘନାଦ ପାଚେରୀ ଫାଟକୁ ନେଇ ବିଜେଡି ଉପରେ ବର୍ଷିଲେ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ । ପ୍ରେସ ମିଟ୍ କରି ସୁନିଲ କହିଛନ୍ତି ଯେ କିଛି ଭୁଲ ର କ୍ଷମା ନାହିଁ। ଯେଉଁ ଭୁଲ୍ ଭି.କେ ପାଣ୍ଡିଆନ୍ ଓ ନବୀନ ବାବୁ କଲେ ତାର ପରିମାଣ ଆଜି ରାଜ୍ୟବାସୀ ଭୋଗୁଛନ୍ତି।

Meghnad Pacheri

ଯାହା ଚିନ୍ତାଜନକ ବିଷୟ। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନାଆଁ ରେ ମନ୍ଦିର ଚାରିପାଖେ ବଡ ବଡ ଗାତ କରିବା, ଜେଶିବି ସାହାଯ୍ୟରେ ଭଙ୍ଗା ରୁଜା କରିବା। ଏ ଏସ ଆଇ, ନେସନାଲ ମନୁମେଣ୍ଟ ଅଥରିଟି ମଧ୍ୟ ଏହାକୁ ବିରୋଧ କରିଥିଲେ। ବିଜୁ ଜନତା ଦଳ ନିଜର ସ୍ୱାର୍ଥ ପାଇଁ ଏହା କରି ଚାଲିଲା। ସେତେବେଳ ର ରାଜ୍ୟ ସରକାର, ବିଜୁ ସରକାର ଏହାକୁ ମାନିଲେ ନାହିଁ। ଭି.କେ ପାଣ୍ଡିଆୟାନ ଙ୍କ ଭୁଲ ପାଇଁ ଆଜି ରାଜ୍ୟ ସରକାର ଏଭଳି ଦିନ ଦେଖୁଛନ୍ତି। ଫଳ ସ୍ୱରୂପ ମେଘନାଦ ପାଚେରୀ ରେ ଫାଟ ହେଲା।
5ଟି ମଡେଲ ଆଳ କରି ଗଜପତି ମହାରାଜ, ଏ ଏସ ଆଇ, ଏନ୍ ଏମ୍ ଏ ସହିତ ଆଲୋଚନା କରିଲେ ନାହିଁ କି ଅନୁମତି ଲୋଡିଲେ ନାହିଁ। ଯାହାର ଫଳ ସ୍ୱରୂପ ଆଜି ମେଘନାଦ ପାଚେରୀ ଦୁର୍ବଳ ହୋଇଚି।

ଭାଇବ୍ରେଟର ଲଗାଇ ପରିକ୍ରମା ପ୍ରକଳ୍ପ ନାଆଁ ରେ ମନ୍ଦିର ଚାରିପାଖେ ଫୁଟ୍ ପାଥ କରିବା, ଶୌଚାଳୟ କରିବା ଓ ଷ୍ଟ୍ରିଟ ଲାଇଟ୍ ଲଗାଇବା ର ଯଥାର୍ଥତା ନାହିଁ। ପ୍ରକଳ୍ପ କୁ ନେଇ ପ୍ରଥମରୁ ବିବାଦ ହୋଇଥିଲା। ଚାରିପାଖରେ ଥିବା ମଠ, ମନ୍ଦିର ଭାଙ୍ଗିବା ପାଇଁ ଯେଉଁ ଭାଇବ୍ରେତର ଓ ଯେଶିବି ଲାଗିଲା ତାର ଫଳ ଆଜି ମେଘନାଦ ପାଚେରୀ ରେ ପଡ଼ିଛି। ସେବାୟତ ଙ୍କ ମତରେ ୨୦୨୧ ରୁ ଫାଟ ଆରମ୍ଭ ହୋଇଚି। ନବୀନ ବାବୁଙ୍କ ସାମନ୍ତବାଦି ନୀତି ଓ ପାଣ୍ଡିଆନ୍ ଙ୍କ ଓଡିଶାକୁ ବାର୍ବାଦ କରିବାର ଯୋଜନା ର ଫଳ ୟେ।
ରାଜ୍ୟ ସରକାର ଏ ଏସ ଆଇ ର ସହଜୋଗ ରେ ମରାମତି କାମ ଆରମ୍ଭ କରିଛନ୍ତି। ଓଡ଼ିଆ ଜାତିର ଗର୍ବ ଓ ଗୋରବ ସହ ଓଡ଼ିଆ ଅସ୍ମିତା ର ପରିଚୟ ଆମ ଜଗନ୍ନାଥ ମନ୍ଦିର । ତାର ସ୍ଥାୟୀ ମରାମତି ଓ ସମାଧାନ ଖୋଜୁଛନ୍ତି ରାଜ୍ୟ ସରକାର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+