ବର୍ଷାଙ୍କ ପାଇଁ ନବୀନ ନିବାସରେ ବସିଲା ରୁଦ୍ଧ ଦ୍ବାର ବୈଠକ
ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ବେଶ ସରଗରମ । ବିଜେପିକୁ କଡ଼ା ଟକ୍କର ଦେବାକୁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ । ଟିକେଟ ପାଇବା ପରେ କେମିତି ବିରୋଧୀଙ୍କୁ ଝଟକା ଦେବେ ବର୍ଷା ସେ ନେଇ ଆଜି ବଡଚଣା ନିର୍ବାଚନ ମଣ୍ଡଳୀ ସଂକ୍ରାନ୍ତରେ ଶଙ୍ଖ ଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ଯାଜପୁରର ସାଂସଦ, ଯାଜପୁର ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା ଓ ବଡଚଣାର ବହୁ ବରିଷ୍ଠ ନେତା ଉପସ୍ଥିତ ରହୁଛନ୍ତି । ବଡ଼ଚଣା ପାଇଁ ଅନ୍ୟତମ ଆଶାୟୀ ଥିବା ରାଜନାରାୟଣ ମହାପାତ୍ର ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି ।

ବଡ଼ଚଣା ବିଧାୟକ ପ୍ରାର୍ଥୀ ବର୍ଷା ପ୍ରୟଦର୍ଶିନୀ କିପରି ରେକର୍ଡ ମାର୍ଜିନରେ ଜିତିବେ ନେଇ ଆଲୋଚନା ହୋଇଥିବା କହିଛନ୍ତି ରାଜ ନାରାୟଣ । ବର୍ଷାଙ୍କୁ ସଂପୂର୍ଣ୍ଣ ସହଯୋଗ ରହିଛି । କୌଣସି ସର୍ତ ରଖି ବିଜେଡିରେ ସାମିଲ ହୋଇନଥଇଲେ । ବଡ଼ଚଣାର ବିକାଶ ପାଇଁ ସେ ବିଜେଡିକୁ ଯାଇଥିଲେ ବୋଲି କହିଛନ୍ତି ।
ସୂଚନା ଯୋଗ୍ୟ ଯେ,ବିଜେଡି ତାହାର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି । ଏହି ତାଲିକାରେ ବଡଚଣାର ଟାଣୁଆ ନେତା ତଥା ବିଧାୟକ ଅମର ଶତପଥୀଙ୍କ ଟିକେଟ କାଟି ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଅମରଙ୍କ ଭଳି ପୁରୁଖା ନେତାଙ୍କ ସ୍ଥାନରେ ବର୍ଷାଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚକିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦୁଇ ଦିନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ। ଏହାକୁ ନେଇ ଅମରଙ୍କ ସମର୍ଥକ ଅମରଙ୍କ ଘରେ ମେଳି ହୋଇଥିଲେ ।
ସେହିପରି ଶଶୀଭୂଷଣ ବେହେରାଙ୍କ ଟିକେଟ କାଟି ଗଣେଶ୍ୱର ବେହେରାଙ୍କୁ ବିଧାନସଭା ପ୍ରାର୍ଥୀ କରିଛି ବିଜେଡି। ପୂର୍ବରୁ ଗଣେଶ୍ୱର ବେହେରା କଂଗ୍ରେସରେ ଥିବାବେଳେ ନିକଟରେ ଦଳ ଛାଡି ବିଜେଡିରେ ମିଶିଥିଲେ।












Click it and Unblock the Notifications