ତିନି ବରିଷ୍ଠ କଂଗ୍ରେସ ନେତାଙ୍କ ନାଁରେ ଥାନାରେ ରୁଜୁ ହେଲା ମାମଲା

ଓଡ଼ିଶାରେ ନେତୃତ୍ୱବିହୀନ କଂଗ୍ରେସକୁ ଏବେ ଆଉ ଏକ ଝଟକା ଲାଗିଛି । ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଜୟ କୁମାରଙ୍କ ସମେତ ପୂର୍ବତନ ପିସିସି ଅଧ୍ୟକ୍ଷ ଶରତ କୁମାର ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଦେଢ଼କୋଟି ଟଙ୍କାର ଠକେଇ ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି । ଭୁବନେଶ୍ୱର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶରେ ଭରତପୁର ଥାନାରେ ବିଭିନ୍ନ ଦଫାରେ ପୁଲିସ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି ।

Congress

ଥାନାରେ ଅଭିଯୋଗ ଅନୁସାରେ, ଗତ ସାଧାରଣ ନିର୍ବାଚନବେଳେ ପ୍ରଚାର ପାଇଁ ଏଲଇଡି ଟିଭି ଓ ଗାଡ଼ି ଯୋଗାଇ ଦେବା ପାଇଁ ଆଶୁତୋଷ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ସହ ତତକାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଦେଢ଼କୋଟି ଟଙ୍କା ଦେବାକୁ ଚୁକ୍ତିବଦ୍ଧ ହୋଇଥିଲେ । ଆଡଭାନ୍ସବାବଦରେ ୮ଲକ୍ଷ ଟଙ୍କା ଶ୍ରୀ ମହାପାତ୍ରଙ୍କୁ ଦିଆଯାଇଥିଲା । ବାକି ଟଙ୍କା ଭୋଟ୍ ସରିବାପରେ ଦେବାକୁ ଏହି ଦୁଇ କଂଗ୍ରେସ ନେତା ପ୍ରତିଶ୍ରୁତି ଦେଇଥିଲେ ।

ତେବେ ଭୋଟ ସରିବା ପରେ ଏହି ଟଙ୍କା ଦେବା ତ ଦୂରର କଥା ଶ୍ରୀ ମହାପାତ୍ରଙ୍କ ଫୋନ୍ ମଧ୍ୟ ଉଭୟ ନେତା ଉଠାଇନଥିଲେ । ପରବର୍ତ୍ତୀ ସମୟରେ ଉଭୟ ଅଜୟ କୁମାର ଓ ଶରତ ପଟ୍ଟନାୟକ ତାଙ୍କୁ ଧମକଚମକ ଦେବା ସହ ବକେୟା ଟଙ୍କା ଫାଙ୍କି ଦେଇଥିଲେ । ଏପରିକି ଶ୍ରୀ ମହାପାତ୍ର ଉଭୟ ନେତାଙ୍କୁ ଭେଟି ଅର୍ଥ ଦେବାକୁ ଜିଦ୍ ଧରିବାରୁ ସେଠାରେ ଥିବା କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତି ତାଙ୍କୁ ଗୋଇଠା ମାରି ବିହାରୀ ଗୁଣ୍ଡାଙ୍କ ଦ୍ୱାରା ହତ୍ୟା କରିଦିଆଯିବ ବୋଲି ଧମକ ଦେଇଥିବା ଶ୍ରୀ ମହାପାତ୍ର ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ବକେୟା ଟଙ୍କା ପାଇବା ଆଶା କ୍ଷୀଣ ଜାଣି ଶ୍ରୀ ମହାପାତ୍ର ଭରତପୁର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ତାଙ୍କର ଏଫଆଇଆରକୁ ଗ୍ରହଣ କରିନଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+