ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ମାମଲା ; ଜାତୀୟ ମହିଳା କମିଶନଙ୍କୁ ଚିଠି ଲେଖିଲେ ରାଜ୍ୟ ମହିଳା କମିଶନ

ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ରାଜ୍ୟ ମହିଳା କମିଶନ ତତ୍ପରତା ଦେଖାଇଛନ୍ତି। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହରା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିବା ସହ ତଦନ୍ତ କରିବାକୁ ଜାତୀୟ ମହିଳା କମିଶନ ଓ ଦିଲ୍ଲୀ ମହିଳା କମିଶନଙ୍କୁ ଅନୁରୋଧ କରିଛନ୍ତି। ସେ ପତ୍ର ଲେଖି ଆସନ୍ତା ୧୫ ଭିତରେ ଘଟଣାର ସରଜମିନ ତଦନ୍ତ କରି ସୂଚନା ଦେବାକୁ ଅନୁରୋଧ କରିଛନ୍ତି।

State Women s Commission

ଗୁରୁତ୍ବପୂର୍ଣ୍ଣ କଥା ହେଲା, ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏହି ମାମଲାରେ ଦିଲ୍ଲୀ ପୁଲିସ କମିସନର ସଂଜୟ ଆରୋରାଙ୍କ ପରାମର୍ଶ କ୍ରମେ ସାଉଥ୍-ଇଷ୍ଟ୍ ଡିସିପି ରବି କୁମାର ସିଂହ ନିଜେ ତଦନ୍ତ ଭାର ଗ୍ରହଣ କରିଛନ୍ତି। ଏ ସଂପର୍କରେ ଦିଲ୍ଲୀ ପୁଲିସ କମିସନରଙ୍କ ସହିତ ଓଡ଼ିଶା ପୁଲିସ ଡିଜି ଵାଇ.ବି. ଖୁରାନିଆ ଆଲୋଚନା କରିଛନ୍ତି। ଓଡ଼ିଶା ପୁଲିସ ପୀଡ଼ିତାଙ୍କ ପରିବାର ଓ ଘଟଣାର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ସହ ଯୋଗାଯୋଗରେ ରହିଛି।

ଏହି ଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ବର ସହ ଗ୍ରହଣ କରି ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍.ସାଇନିଙ୍କୁ ଦିଲ୍ଲୀ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ପୀଡ଼ିତାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ବୁଝିବାକୁ ପରାମର୍ଶ ଦିଆଯାଇଛି। ଦିଲ୍ଲୀ ପୁଲିସ ସହ ସମନ୍ବୟ ରକ୍ଷା କରି ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବାକୁ କୁହାଯାଇଛି। ଦିଲ୍ଲୀ ପୁଲିସ ପକ୍ଷରୁ ଏକାଧିକ ଟିମ୍ ଗଠନ କରାଯାଇ ମାମଲାର ତଦନ୍ତ ଜାରି ରହିଛି। ସିସିଟିଭି ଫୁଟେଜ୍ ତଥା ଅନ୍ୟ ବୈଷୟିକ ଜ୍ଞାନ ଆଧାରରେ ତଦନ୍ତ କରାଯାଉଛି। ଏମ୍ସ ଟ୍ରମା ସେଣ୍ଟରରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଥିବା ଜଣାପଡ଼ିଛି।

ପୀଡ଼ିତାଙ୍କ ଅବସ୍ଥା ବିପଦମୁକ୍ତ ରହିଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି। ଯୁବତୀଙ୍କୁ ନିରୀକ୍ଷଣରେ ରଖାଯିବା ସହିତ ତାଙ୍କ କାଉନସିଲିଂ ମଧ୍ୟ ଜାରି ରହିଛି। ଘଟଣା ସଂପର୍କରେ ପୀଡ଼ିତା ବାରମ୍ବାର ବୟାନ ବଦଳାଉଥିବା ଯୋଗୁ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ପୀଡ଼ିତା ଯୁବତୀଙ୍କ ଘର ପୁରୀ ଜିଲ୍ଲାରେ ଓ ତାଙ୍କ ବୟସ ପାଖାପାଖି ୩୪ ବର୍ଷ। ଏହି ମାମଲାକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ଗତକାଲି ଘଟଣା ସଂପର୍କରେ ଅବଗତ ହେବାପରେ ନୂଆଦିଲ୍ଲୀ ଆବାସିକ କମିସନର ବିଶାଳ ଗଗନ, ସ୍ବତନ୍ତ୍ର ଆବାସିକ କମିସନର ରିତୁ ଆରୋରା ପୀଡ଼ିତାଙ୍କୁ ଏମ୍ସ ଟ୍ରମା କେନ୍ଦ୍ରରେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+