ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଠାବ ହେଲା ବ୍ଲାକ ପାନ୍ଥର, ସୂଚନା ଦେଲେ ବନଖଣ୍ଡ ଅଧିକାରୀ
ସୁନ୍ଦରଗଡ ଜିଲ୍ଲା ପୁଣି ଥରେ କଳା ପାନ୍ଥର ଦେଖିବାକୁ ମିଳିଛି। ସୁନ୍ଦରଗଡ ହେମଗିରି ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ ଜଙ୍ଗଲରେ ବ୍ଲାକ୍ ପାନ୍ଥର ଠାବ ହୋଇଥିବା ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଅଲ୍ ଓଡ଼ିଶା ଲିଓପାର୍ଡ ସର୍ଭେରୁ ଏହି ବ୍ଲାକ ପାନ୍ଥର ଥିବାର ସୂଚନା ମିଳିଛି।

୨୦୨୩ ଡିସେମ୍ବର ମାସରେ ମଧ୍ୟ ଏଠାରୁ ଏକ ବ୍ଲାକ୍ ପାନ୍ଥର ଠାବ ହୋଇଥିଲା। ଗର୍ଜନ ପାହାଡରେ ଥିବା ଜଙ୍ଗଲରେ ଅଧିକରୁ ଅଧିକ କ୍ୟାମେରା ଲଗାଯିବ। ଏବଂ ଏହି ବାଘ ବିଷୟରେ ଅଧିକ ତଥ୍ୟ ଅନୁଧ୍ୟାନ କରାଯିବ। ତେବେ ଦୁଇ ଦିନ ପୂର୍ବରୁ ଶିମିଳିପାଳରେ ମଧ୍ୟ ଏକ କଳାବାଘ ଠାବ ହୋଇଥିଲା।












Click it and Unblock the Notifications