For Quick Alerts
Turn On Notification  
For Daily Alerts
Oneindia App Download

ବାଇକ ଦରଠୁ ବଳିଗଲା ଜରିମାନାର ଦର

ବାଇକ ଚାଳକଙ୍କୁ ୧ ଲକ୍ଷ ୧୩ ହଜାରରୁ ଅଧିକ ଟଙ୍କାର ଫାଇନ୍‌ ଧାର୍ଯ୍ୟ ହୋଇଛି । ତାଙ୍କ ଉପରେ ଲାଗିଥିବା ଫାଇନ ଯେ, ତାଙ୍କ ଗାଡି ମୂଲ୍ୟଠାରୁ ଯଥେଷ୍ଟ ଅଧିକା ବୋଲି ସେ କହିଛନ୍ତି ।

|

ଭୁବନେଶ୍ବର: ରାଜ୍ୟରେ କଡାକଡି ହୋଇଛି ନୂଆ ମଟର ଯାନ ଆଇନ । ଆକ୍ସନ ମୋଡରେ ଟ୍ରାଫିକ ପୋଲିସ । ନିୟମ ଉଲଙ୍ଘନ କଲେ କାହାରିକୁ ନିସ୍ତାର ନାହିଁ । ଡିଏଲ, ଆରସି, ପଲ୍ୟୁସନ, ଫିଟନେସ, ଡବଲ ହେଲମେଟ ଫୁଲ କଡାକଡି ନିୟମ । ନିୟମରେ ଖିଲାପ ହେଲେ ଭରିବେ ମୋଟାଅଙ୍କର ଫାଇନ । ମାତ୍ର ଏହି ମୋଟା ଅଙ୍କ ଏତେ ମୋଟା ହୋଇଯାଇଛି ଯେ, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାୟଗଡା ଜିଲ୍ଲାରୁ ଆସିଛି ଏମିତି ଏକ ଚିତ୍ର ।

ବାଇକ ଦରଠୁ ବଳିଗଲା ଜରିମାନାର ଦର

ବାଇକ ଚାଳକଙ୍କୁ ୧ ଲକ୍ଷ ୧୩ ହଜାରରୁ ଅଧିକ ଟଙ୍କାର ଫାଇନ୍‌ ଧାର୍ଯ୍ୟ ହୋଇଛି । ଏହି ଚାଳକ ହେଲେ ମଧ୍ୟପ୍ରଦେଶ ଅମରପୁରର ପ୍ରକାଶ ବନଜରା। ପ୍ରକାଶ ବାଇକରେ ବୁଲି ଡ୍ରମ ବ୍ୟବସାୟ କରନ୍ତି। ତେବେ ତାଙ୍କ ଉପରେ ଲାଗିଥିବା ଫାଇନ ଯେ, ତାଙ୍କ ଗାଡି ମୂଲ୍ୟଠାରୁ ଯଥେଷ୍ଟ ଅଧିକା ବୋଲି ସେ କହିଛନ୍ତି ।

ଓଡିଶା ପରିବହନ ବିଭାଗର ବିନା ଅନୁମତିରେ ସେ ନିଜ ରାଜ୍ୟର ଗାଡି ଓଡିଶାରେ ଚଳାଇ ବ୍ୟବସାୟ କରୁଥିଲେ । ଆଉ ଆଜି ପରିବହନ ବିଭାଗର ଯାଞ୍ଚ କରିବା ବେଳେ ସେ ଧରାପଡ଼ିଯାଇଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
A Biker fined more than Rs 1,13,000 in Rayagada District of Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X