Get Updates
Get notified of breaking news, exclusive insights, and must-see stories!

ବାଇକ ଦରଠୁ ବଳିଗଲା ଜରିମାନାର ଦର

ବାଇକ ଚାଳକଙ୍କୁ ୧ ଲକ୍ଷ ୧୩ ହଜାରରୁ ଅଧିକ ଟଙ୍କାର ଫାଇନ୍‌ ଧାର୍ଯ୍ୟ ହୋଇଛି । ତାଙ୍କ ଉପରେ ଲାଗିଥିବା ଫାଇନ ଯେ, ତାଙ୍କ ଗାଡି ମୂଲ୍ୟଠାରୁ ଯଥେଷ୍ଟ ଅଧିକା ବୋଲି ସେ କହିଛନ୍ତି ।

ଭୁବନେଶ୍ବର: ରାଜ୍ୟରେ କଡାକଡି ହୋଇଛି ନୂଆ ମଟର ଯାନ ଆଇନ । ଆକ୍ସନ ମୋଡରେ ଟ୍ରାଫିକ ପୋଲିସ । ନିୟମ ଉଲଙ୍ଘନ କଲେ କାହାରିକୁ ନିସ୍ତାର ନାହିଁ । ଡିଏଲ, ଆରସି, ପଲ୍ୟୁସନ, ଫିଟନେସ, ଡବଲ ହେଲମେଟ ଫୁଲ କଡାକଡି ନିୟମ । ନିୟମରେ ଖିଲାପ ହେଲେ ଭରିବେ ମୋଟାଅଙ୍କର ଫାଇନ । ମାତ୍ର ଏହି ମୋଟା ଅଙ୍କ ଏତେ ମୋଟା ହୋଇଯାଇଛି ଯେ, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାୟଗଡା ଜିଲ୍ଲାରୁ ଆସିଛି ଏମିତି ଏକ ଚିତ୍ର ।

ବାଇକ ଦରଠୁ ବଳିଗଲା ଜରିମାନାର ଦର

ବାଇକ ଚାଳକଙ୍କୁ ୧ ଲକ୍ଷ ୧୩ ହଜାରରୁ ଅଧିକ ଟଙ୍କାର ଫାଇନ୍‌ ଧାର୍ଯ୍ୟ ହୋଇଛି । ଏହି ଚାଳକ ହେଲେ ମଧ୍ୟପ୍ରଦେଶ ଅମରପୁରର ପ୍ରକାଶ ବନଜରା। ପ୍ରକାଶ ବାଇକରେ ବୁଲି ଡ୍ରମ ବ୍ୟବସାୟ କରନ୍ତି। ତେବେ ତାଙ୍କ ଉପରେ ଲାଗିଥିବା ଫାଇନ ଯେ, ତାଙ୍କ ଗାଡି ମୂଲ୍ୟଠାରୁ ଯଥେଷ୍ଟ ଅଧିକା ବୋଲି ସେ କହିଛନ୍ତି ।

ଓଡିଶା ପରିବହନ ବିଭାଗର ବିନା ଅନୁମତିରେ ସେ ନିଜ ରାଜ୍ୟର ଗାଡି ଓଡିଶାରେ ଚଳାଇ ବ୍ୟବସାୟ କରୁଥିଲେ । ଆଉ ଆଜି ପରିବହନ ବିଭାଗର ଯାଞ୍ଚ କରିବା ବେଳେ ସେ ଧରାପଡ଼ିଯାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+