ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବଡ ଘୋଷଣା; ରାଜ୍ୟରେ ଖୁବ୍‌ଶୀଘ୍ର ପୂରଣ ହେବ ୫ ହଜାର ଡାକ୍ତର ପଦବୀ

ରାଜ୍ୟରେ ଖୁବ୍ ଶୀଘ୍ର ୫ ହଜାର ଡାକ୍ତର ପଦବୀ ପୂରଣ ହେବ । ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି । ଏହାସହ ୩ ହଜାର ପାରା ମେଡ଼ିକାଲ ଷ୍ଟାଫ୍ ପଦବୀ ପୂରଣ କରାଯିବ ବୋଲି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

Mukesh Mahaling

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବାରିପଦା ଯିବା ରାସ୍ତାରେ ଟଙ୍ଗାବିଲା ଠାରେ ତାଙ୍କୁ ଯଶୀପୁର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ଦଳୀୟ କର୍ମୀମାନେ ସ୍ବାଗତ କରି ଯଶୀପୁର ମେଡ଼ିକାଲକୁ ଆଣିଥିଲେ । ସେଠାରେ ସ୍ବାସ୍ଥ୍ୟମନ୍ତ୍ରୀ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଯଶୀପୁର ମେଡ଼ିକାଲ ପରିଦର୍ଶନ କରିବା ସହ ବିଭିନ୍ନ ୱାର୍ଡ଼ ବୁଲି ରୋଗୀଙ୍କ ସହ କଥାବାର୍ତ୍ତା ହୋଇ ଫଳ ବାଣ୍ଟିଥିଲେ । ଆଗାମୀ ଦିନରେ ଯଶୀପୁର ମେଡ଼ିକାଲରେ ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହାସହ ରାଜ୍ୟରେ ଖୁବ୍ ଶୀଘ୍ର ୫ ହଜାର ଡାକ୍ତର ପଦବୀ ଓ ୩ ହଜାର ପାରା ମେଡ଼ିକାଲ ଷ୍ଟାଫ୍ ପଦବୀ ପୂରଣ କରାଯିବ ବୋଲି କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+