୧୩ ବୟସରେ ବଡ କାମ , ରାଷ୍ଟ୍ରପତି ଭବନରୁ ଆସିଲା ଶୁଭେଚ୍ଛା ବାର୍ତ୍ତା

ଚିତ୍ର ପାଇଁ ରାଷ୍ଟ୍ରପତି ଭବନରୁ ଆସିଲା ଶୁଭେଚ୍ଛା ପତ୍ର । ଶଶିଭୂଷଣ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ତଥା ସ୍ଥାନୀୟ ପାଇକ ସାହି ଭଗବାନ ସାହୁଙ୍କ ପୁଅ ଶୁଭମ ସାହୁ ମାର୍ଚ୍ଚ ୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅବିକଳ ପେନସିଲ ଆର୍ଟ ଫୋଟୋ ଚିତ୍ରକୁ ସ୍ବତନ୍ତ୍ର ଡାକ ଯୋଗେ ରାଷ୍ଟ୍ରପତି ଭବନକୁ ପଠାଇଥିଲେ। ଉକ୍ତ ଚିତ୍ର ରାଷ୍ଟ୍ରପତି ଭବନରେ ହସ୍ତଗତ ହେବାପରେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବାଳୟରୁ ମେସେଜ ଯୋଗେ ଶୁଭମ୍‌ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

precident of india

୩ ବର୍ଷ ହେଲା ଶୁଭମ୍‌ ବିଭିନ୍ନ ମହାପୁରୁଷ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ପଟ୍ଟନାୟକ, ମହାତ୍ମା ଗାନ୍ଧୀ, ନେତାଜୀଙ୍କ ଫଟୋ ଚିତ୍ର ସହ ସ୍ଥାନୀୟ ବିଧାୟକ, ଏନ୍‌ଏସି ଅଧ୍ୟକ୍ଷଙ୍କ ସହ ବିଭିନ୍ନ ଠାକୁରଙ୍କ ଚିତ୍ର ସହ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ପରି ବହୁ ବ୍ୟକ୍ତିଙ୍କ ପେନସିଲରେ ଅବିକଳ ଚିତ୍ର ଆଙ୍କି ଅଞ୍ଚଳର ବିଭିନ୍ନ ସମାରୋହ, ଯାତ୍ରା, ବିଦ୍ୟାଳୟ ସହ ବିଭିନ୍ନ ସମାବେଶରେ ପ୍ରଦାନ କରିଚାଲିଛନ୍ତି।

ଏନେଇ ୧୩ ବର୍ଷ ବୟସର ଶୁଭମ୍‌ ୫-ଟି ଅଧ୍ୟକ୍ଷ ପଣ୍ଡିଆନ, ଗଞ୍ଜାମ ଜିଲାପାଳ, ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଏନ୍‌ଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା, ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁତୀକୃଷ୍ଣ ପାତ୍ରଙ୍କ ସମେତ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+