ଆସନ୍ତାକାଲିଠୁ ନବମ ଓ ଏକାଦଶ ଶ୍ରେଣୀ ପାଠପଢା, ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ
ଦଶମ,ଦ୍ୱାଦଶ ଶ୍ରେଣୀ ଓ କଲେଜ-ବିଶ୍ୱବିଦ୍ୟାଳୟ ଖୋଲିବା ପରେ ଏବେ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ।
ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ମାହାମାରୀର ପ୍ରକୋପ । ଇତିମଧ୍ୟରେ ସମସ୍ତ କ୍ଷେତ୍ର ସ୍ବାଭିବକ ହୋଇଥିବା ବେଳେ ଶିକ୍ଷା କ୍ଷେତ୍ରକୁ ଟ୍ରାକକୁ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି ସରକାର। ଦଶମ,ଦ୍ୱାଦଶ ଶ୍ରେଣୀ ଓ କଲେଜ-ବିଶ୍ୱବିଦ୍ୟାଳୟ ଖୋଲିବା ପରେ ଏବେ
ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ।
ଆସନ୍ତାକାଲିଠାରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ରାଜଧାନୀର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି । ବାଣୀବିହାର ପରିସରରେ ଥିବା ହାଇସ୍କୁଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଅନ୍ୟପଟେ ରବିବାର କେମିତି ଚାଲିଛି ପାଠପଢା, ତାର ମଧ୍ୟ ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ । ରବିବାର ଦିନ କ୍ଲାସକୁ ନେଇ ଓସ୍ତାର ବିରୋଧ ଉପରେ ମନ୍ତ୍ରୀ କହିଛନ୍ତି ଯେ, ଆମ ପାଇଁ ଚ୍ୟାଲେଞ୍ଜ ଅଛି, ସମସ୍ତ ଶିକ୍ଷକ ଏଥିରେ ସହଯୋଗ କରିବାକୁ ସେ କହିଛନ୍ତି । ପରୀକ୍ଷା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିରେ ରଖି ପ୍ରଥମେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲାଯାଇଥିଲା ସ୍କୁଲ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସ୍ଓପିକୁ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଇତି ମଧ୍ୟରେ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଖୋଲିଥିବା ବେଳେ ଶୀଘ୍ର ପ୍ରଥମରୁ ଅଷ୍ଟମ ପାଠପଢା ଆରମ୍ଭ ହେବାକୁ ଯାଉଛି ।












Click it and Unblock the Notifications