For Quick Alerts
Turn On Notification  
For Daily Alerts
Oneindia App Download

ଫେବୃୟାରୀ ୮ରୁ ନବମ ଓ ଏକାଦଶ ଶ୍ରେଣୀ ପାଠପଢା

ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନବମ ଓ ଏକାଦଶ ଶ୍ରେଣୀର ପାଠପଢା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

|

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ସମାପ୍ତ ହେବାକୁ ଯାଉଛି କରୋନା ମହାମାରୀର ପ୍ରଭାବ । ସ୍ୱାଭାବିକ ହେଉଛି ସମସ୍ତ କ୍ଷେତ୍ର । ତେବେ ରାଜ୍ୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପଠାପଢା ଆରମ୍ଭ ହେବା ପରେ ଅନ୍ୟ ଶ୍ରେଣୀର ପାଠପଢା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନବମ ଓ ଏକାଦଶ ଶ୍ରେଣୀର ପାଠପଢା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

School Opening in Odisha

ଉଲ୍ଲେଖଥାଉ କି, ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଯାଇଛି । କୋଭିଡ ଭୟବହତା ଭିତରେ ଦୀର୍ଘ ୧୦ ମାସ ଧରି ବନ୍ଦ ରହିଥିଲା ସମସ୍ତ ସ୍କୁଲ ଏବଂ କଲେଜ । ଏହାରି ଭିତରେ ଅନଲାଇନ ଶିକ୍ଷାଦାନ ଏବଂ ଦୂରଦର୍ଶନରେ ମଧ୍ୟ ପାଠ ପଢାଇବାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ପରେ ବର୍ଷ ୨୦୨୧ ଆରମ୍ଭରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ପାଠପଢା ଆରମ୍ଭ କରାଯାଇଥିଲା ।

ଏହାପରେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ କଲେଜ ଖୋଲିବାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ଆଗକୁ ପରୀକ୍ଷା ଥିବାରୁ କମ ଦିନ ମଧ୍ୟରେ ବିଷୟ ସମାପ୍ତ କରିବା ସହ ପରୀକ୍ଷା ଦର୍ପଣ ଭଳି ଟେଷ୍ଟ ପେପର ମଧ୍ୟ ଦଶମ ଶ୍ରେଣୀ ଛାତଛାତ୍ରୀଙ୍କୁ ମାଗଣା ଦେବର ବ୍ୟବସ୍ଥା କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
9th and 11th Class starts from February 8
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X