ଦାନ ବାକ୍ସରୁ ମିଳିଲା ୯୯ ଲକ୍ଷ ଟଙ୍କା ସହ ୫୩ ଗ୍ରାମ ସୁନା
ରାୟଗଡା : ଆଜି ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରରେ ଦାନ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା । ୪ ମାସର ବ୍ୟବଧାନ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ହୁଣ୍ଡି ଖୋଲାଯାଇଥିଲା । ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୋଲିସ ଏବଂ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ କଡା ସୁରକ୍ଷା ବଳୟ ଭିତରେ ୯ ଟି ହୁଣ୍ଡି ଖୋଲାଯାଇ ଗଣତି ଚାଲିଥିଲା । ୯ଟି ହୁଣ୍ଡିର ଦାନ ଅର୍ଥ ଗଣତି କର୍ଯ୍ୟରେ ମହିଳା ସେଚ୍ଛାସେବୀ ସଂଘଠନର ସଦସ୍ୟ ଓ କିଛି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଛି । ଗଣତି ପ୍ରକ୍ରିୟାରେ ପ୍ରାୟ ୨୦୦ ସେଚ୍ଛାସେବୀ ମହିଳା ନିୟୋଜିତ ହୋଇଥିଲେ । ଆଉ ବର୍ତ୍ତମାନ ଶେଷ ହୋଇଛି ଗଣତି ।
ହୁଣ୍ଡିରୁ ନଗଦ ନଗଦ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା ସହିତ ୫୩ ଗ୍ରାମ ସୁନା ଓ ୨୩୯୨ ଗ୍ରାମ ରୁପା ବାହାରିଥିବା ଜଣାପଡ଼ିଛି । ଏଥିସହିତ ବିଭିନ୍ନ ପ୍ରକାର ୩୩ଟି ବିଦେଶୀ ନୋଟ୍ ମଧ୍ୟ ବାହାରିଛି । ଏଥିରେ ଇଂଲଣ୍ଡର ୨୦ ପାଉଣ୍ଡ ନୋଟ୍ ୨୦ଟି, ୧୦ ପାଉଣ୍ଡ ନୋଟ୍ ୧୦ଟି, କାନାଡାର ୫ କାନାଡିଆନ ଡଲାର ୧ଟି, ଆମେରିକାର ୨୦ ଡଲାର ନୋଟ୍ ୧ଟି ଏଂ ଥାଇଲାଣ୍ଡର ୧୦୦ ଥାଇୱା ନୋଟ୍ ହୁଣ୍ଡିରୁ ବାହାରିଛି ।

ସୂଚନାନୁସାରେ,ଗତ ମାର୍ଚ୍ଚ ମାସ ୧୮ ଟି୬୫ଖରେ ମା' ମଝିଘରିଆଣୀଙ୍କ ହୁଣ୍ଡି ଖୋଲାଯାଇ ଗଣତି ହୋଇଥିଲା । ଏଥିରୁ ୮୯ କଳଶା ୭୨ ହଜାର ୨୨୫ ଟଙ୍କା ସହିତ ସୁନା ୬୨ ଗ୍ରାମ ଏବଂ ରୂପା ୨ କେଜି ୩୦୦ ଗ୍ରାମ ସଂଗ୍ରହ ହୋଇଥିବାବେଳେ ୬୨ ଟି ବିଦେଶୀ ନୋଟ ମଧ୍ୟ ମିଳିଥିଲା ।












Click it and Unblock the Notifications