ଓଡ଼ିଶା ପୋଲିସରେ ୯୩୩ ପଦବୀ ହେବ ପୂରଣ, ମାର୍ଚ୍ଚ ୮ରୁ ଆରମ୍ଭ ହେବ ଏସଆଇ ପରୀକ୍ଷା
Odisha Police: ମାର୍ଚ୍ଚ ୮ରୁ ପୋଲିସ ଏସ୍ଆଇ ପରୀକ୍ଷା ଆରମ୍ଭ । ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ପୋଲିସ ଏସଆଇ ଆସନ୍ତା ମାର୍ଚ୍ଚ ୮ ଓ ୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୋଲିସ ଏସଆଇ ପଦବୀ ନିମନ୍ତେ ଏହି ପରୀକ୍ଷା ଓଏମଆର୍ ସିଟ୍ ମାଧ୍ୟମରେ ପୂରଣ କରାଯିବ ।

ସୂଚନା ଅନୁସାରେ, ପରୀକ୍ଷାର୍ଥୀମାନଙ୍କ ଆଡ୍ମିଟ୍ କାର୍ଡ https://odishapolice.gov.in ଓ୍ବେବ୍ସାଇଟ୍ରେ ମାର୍ଚ୍ଚ ୧ ତାରିଖରେ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ନିଜର ୟୁଜର ଆଇଡି ଓ ପାସ୍ଓ୍ବାର୍ଡ ବ୍ୟବହାର କରି ଆଡ୍ମିଟ୍ କାର୍ଡ ଡାଉନଲୋଡ୍ କରି ପାରିବେ । ଓଡ଼ିଶା ପୋଲିସରେ ୯୩୩ ପଦବୀ ପାଇଁ ପରୀକ୍ଷା ହେବା ନିମନ୍ତେ ଗତ ଜାନୁଆରୀ ୧୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।












Click it and Unblock the Notifications