CMଙ୍କ ଅଭିଯୋଗ ପ୍ରକୋଷ୍ଠରେ ୯୧ ପ୍ରତିଶତ ସମସ୍ୟାର ସମାଧାନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଭିଯୋଗ ପ୍ରକୋଷ୍ଠର ଶୁଣାଣି ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ କହିଛନ୍ତି, ଆଜି ୧୩ତମ ଅଭିଯୋଗ ଶୁଣାଣି ରହିଥିଲା। ଏ ପର୍ଯ୍ୟନ୍ତ ୧୧,୫୧୬ ଅଭିଯୋଗ ମଧ୍ୟରୁ ୧୦,୫୦୨ ଅଭିଯୋଗର ସମାଧାନ ହୋଇଛି। ଅର୍ଥାତ୍ ୯୧ ପ୍ରତିଶତ ଅଭିଯୋଗ ସମାଧାନ ହୋଇଛି ।

ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ୪୮ଟି ଅଭିଯୋଗର ତର୍ଜମା କରି ୫୩ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇସାରିଛନ୍ତି। ଆଜି ୧୩ତମ ପାଳିରେ ତିନି ଅଭିଯୋଗକାରୀ ଆର୍ଥିକ ସହାୟତା ପାଇଁ ଆସିଥିଲେ, ଯାହାଙ୍କୁ ଦେଢ଼ ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି। ଆଜି ୯ ଜଣ ବରିଷ୍ଠ ମନ୍ତ୍ରୀ ସହଯୋଗ କରିଥିଲେ। ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଆଜି ହଜାରେ ଅଭିଯୋଗ ଗ୍ରହଣ କରାଯାଇଛି। ରାଜଧାନୀରୁ ଦୂରକୁ ଯାଇ ଅଭିଯୋଗ ଶୁଣାଣି କରିବାକୁ ବ୍ୟବସ୍ଥା କରୁଛନ୍ତି ସରକାର। ରାଜ୍ୟର ଅନ୍ୟ ଜାଗାରେ ମଧ୍ୟ ଅଭିଯୋଗ ଶୁଣିବେ ସରକାର। ସରକାର କଥା କୁହେନି ଅଭିଯୋଗ ସମାଧାନ ପାଇଁ ଏହାକୁ ଗ୍ରହଣ କରନ୍ତି। ଅଭିଯୋଗକାରୀ କେହି କ୍ଷୋଭ ପ୍ରକାଶ ଆମ ନଜରକୁ ଆସିନି। ଆସିଲେ ସମାଧାନ ପାଇଁ ଚେଷ୍ଟା କରିବୁ।












Click it and Unblock the Notifications