ଛତିଶଗଡ଼ ଧମତରୀରେ ୯ ନକ୍ସଲଙ୍କ ଆତ୍ମସମର୍ପଣ
ଶେଷ ନିଶ୍ୱାସ ନେଉଛି ମାଓ ସଙ୍ଗଠନ । ମାଓ ସଙ୍ଗଠନର ଅନ୍ତିମ ସଦସ୍ୟ ଏବେ ପୋଲିସ ନିକଟରେ ଅସ୍ତ୍ର ବିରତି ଅଭିଯାନରେ ସାମିଲ ହେଲେଣି । ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଧମତେରୀ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ୯ ହାର୍ଡକୋର ମାଓବାଦୀ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମୁଣ୍ଡ ଉପରେ ଥିଲା ୪୭ ଲକ୍ଷ ଟଙ୍କାର ପୁରସ୍କାର । ରାୟପୁର IG ଏବଂ ଧମତେରୀ SP ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ସରେଣ୍ଡର ମାଓବାଦୀଙ୍କ ମଧ୍ୟରେ 7 ମହିଳା ମାଓବାଦୀ ଏବଂ ଦୁଇ ପୁରୁଷ ମାଓବାଦୀ ରହିଛନ୍ତି । ଆତ୍ମସମର୍ପଣ ମାଓବାଦୀ ସବୁ ଓଡିଶା ରାଜ୍ୟ କମ୍ମିଟି ସମେତ ସୀତା ନଦୀ ଏରିଆ କମ୍ମିଟି, ମେନପୁର ଏରିଆ କମ୍ମିଟି ସଦସ୍ୟ ଥୁଲେ । ୯ ଟି ଅଟମେଟିକ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି ୯ ହାର୍ଡକୋର ମାଓବାଦୀ । ଏହି ସବୁ ବନ୍ଧୁକ ପୋଲିସଙ୍କ ଠାରୁ ଲୁଟି ନେଇଥିଲେ ମାଓବାଦୀ । ସରକାରଙ୍କ ଆତ୍ମସମର୍ପଣ ନିତିରେ ଆକର୍ଷିତ ହୋଇ ମୁଖ୍ୟ ଧାରାକୁ ଫେରିଛନ୍ତି ମାଓବାଦୀ ।
More From
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications