ପୁଣି ଖୋଲାଯିବ ହୀରାକୁଦ ଗେଟ୍: ୩୧ ଖୋଲିଛି, ଆଜି ରାତି ସୁଦ୍ଧା ଖୋଲିବ ଆଉ ୯
ଗତକାଲିଠୁ ହୀରାକୁଦରେ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ପାରେ ଆଜି ଖୋଲିଛି ଆଉ ୫ଟି ଗେଟ୍ । ଏବେ ମୋଟ ୩୧ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ତେବେ ଆଜି ରାତି ସୁଦ୍ଧା ପର୍ଯ୍ୟାୟକ୍ରମେ ଆଉ ୯ଟି ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି ।
ଭୁବନେଶ୍ୱର: ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦରେ ବୃଦ୍ଧି ପାଉଛି ଜଳସ୍ତର । ଏଥିପାଇଁ ଆଉ କିଛି ସଂଖ୍ୟକ ଗେଟ୍ ଖୋଲା ଯିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ଥିତି ଦେଖି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ସ୍ଥିତି ଦେଖି, ଟେକ୍ନିକାଲ କମିଟି ସହ କଥା ହୋଇ ନିଷ୍ପତ୍ତି ନେଇଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

କହିରଖୁ କି, ଗତକାଲିଠୁ ହୀରାକୁଦରେ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ପାରେ ଆଜି ଖୋଲିଛି ଆଉ ୫ଟି ଗେଟ୍ । ଏବେ ମୋଟ ୩୧ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ତେବେ ଆଜି ରାତି ସୁଦ୍ଧା ପର୍ଯ୍ୟାୟକ୍ରମେ ଆଉ ୯ଟି ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି । ତେବେ ଏହି ୯ଟି ଗେଟ୍ ଖୋଲିବା ପରେ ମୋଟ ୪୦ ଗେଟ ଦେଇ ଜଳ ନିଷ୍କାସିତ ହେବ ।
ବର୍ତ୍ତମାନ ଡ୍ୟାମରେ ୬୨୬ଫୁଟ ଟପିଛି ଜଳସ୍ତର । ସୁଦ୍ଧା ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ ଜଳ ଆସୁଥିବା ବେଳେ ଛଡ଼ାଯାଉଛି ୪ ଲକ୍ଷ ୩୪ ହଜାର ୮ କ୍ୟୁସିକ୍ ଜଳ । ନଦୀ ଉଛୁଳୁଥିବାରୁ ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଦୁଇ ତିନିଦିନ ବର୍ଷା ନଥିବାରୁ ଜଳଭଣ୍ଡାର ପାଣି ଛାଡିବାରେ ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ ହେଉଛି । ୪୦ ଗେଟ୍ ଖୋଲିଲେ ବିଶେଷ ଅସୁବିଧା ହେବନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ସେପଟେ ଆସନ୍ତା ୪୮ ଘଣ୍ଟା ବନ୍ୟା ସ୍ଥିତି ଉପରେ ନଜର ରଖାଯିବ ବୋଲି କହିଛନ୍ତି ଏସଆରସି । ଆବଶ୍ୟକ ଅନୁସାରେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସ୍ଥାନାନ୍ତର ସହ ରନ୍ଧାଖାଦ୍ୟ ଦେବାକୁ କୁହାଯାଇଛି । ଆବଶ୍ୟକ ଅନୁସାରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ଆଶଙ୍କାକୁ ଦେଖି କର୍ମଚାରୀଙ୍କ ଛୁଟି ବାତିଲ କରିବେ ଜିଲ୍ଲାପାଳ ।












Click it and Unblock the Notifications