SCB ମେଡ଼ିକାଲରେ ଲାଗିବ ୯ଟି ECMO ମେସିନ୍, ଅଗଷ୍ଟ ୧୫ରୁ ହେବ କାର୍ଯ୍ୟକ୍ଷମ
କଟକ ଏସସିବି ମେଡିକାଲରେ ଲାଗିବ ୯ ଇକମୋ ମେସିନ୍। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଓଡ଼ିଶାକୁ ୯ଟି ଇକମୋ ମେସିନ୍ ଆସିବ। ଆସିବାକୁ ଥିବା ସମସ୍ତ ମେସିନ୍ ଏସସିବିରେ ହିଁ ଲାଗିବ ।
ଭୁବନେଶ୍ୱର: କଟକ ଏସସିବି ମେଡିକାଲରେ ଲାଗିବ ୯ ଇକମୋ ମେସିନ୍। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଓଡ଼ିଶାକୁ ୯ଟି ଇକମୋ ମେସିନ୍ ଆସିବ। ଆସିବାକୁ ଥିବା ସମସ୍ତ ମେସିନ୍ ଏସସିବିରେ ହିଁ ଲାଗିବ । ୯ରୁ ୬ଟି ରାଜ୍ୟ ସରକାରଙ୍କ ପାଣ୍ଠି, ୩ଟି ସିଏସଆରରୁ କିଣାଯିବ ବୋଲି ସେ କହିଛନ୍ତି।

ଇକମୋ ପରିଚାଳନା ପାଇଁ ଆବଶ୍ୟକ ବିଶେଷଜ୍ଞ ଚୟନ ସରିଛ। ସେମାନଙ୍କୁ ଟ୍ରେନିଂ ଦେବାକୁ କୋଲକାତା ପଠାଯିବ ବୋଲି ଏସିଏସ୍ କହିଛନ୍ତି। ଜୁଲାଇ ୩୧ ସୁଦ୍ଧା ଟ୍ରେନିଂ ସରିବ, ଅଗଷ୍ଟ ୧୫ରୁ ଇକମୋ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
ତେବେ ପୂର୍ବରୁ ଭୁବନେଶ୍ୱର ଏମ୍ସରେ ୨ଟି ECMO ମେସିନ ଲାଗିବ ବୋଲି ସୂଚନା ମିଳିଥିଲା। ଗୁରୁତର କୋଭିଡ ରୋଗୀ ଏବଂ ଅନ୍ୟାନ୍ୟ ଆଇସିୟୁ ରୋଗୀଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଲାଗିବ ECMO ମେସିନ୍। ECMO ପରିଚାଳନା ପାଇଁ ଏମ୍ସ ଅଧତ୍କ ଟେକ୍ନିସିଆନ ନିଯୁକ୍ତ କରୁଛି।












Click it and Unblock the Notifications