ନନ୍ଦନକାନନରେ ଦିନକରେ ଜନ୍ମ ନେଲେ 9 ଆନାକୋଣ୍ଡା
ଏକାଥରକେ 9 ଶାବକ ଜନ୍ମ ଦେଲା ଆନାକୋଣ୍ଡା । ଏହି ନୂଆ ଅତିଥିଙ୍କୁ ମିଶାଇ ଏବେ ପ୍ରାଣୀ ଉଦ୍ୟାନରେ ହଳଦିଆ ଆନାକୋଣ୍ଡାଙ୍କ ସଂଖ୍ୟା 14କୁ ବୃଦ୍ଧି ପାଇଛି ।
ଭୁବନେଶ୍ବର: ଏକାଥରକେ 9 ଶାବକ ଜନ୍ମ ଦେଲା ଆନାକୋଣ୍ଡା । ଏହି ନୂଆ ଅତିଥିଙ୍କୁ ମିଶାଇ ଏବେ ପ୍ରାଣୀ ଉଦ୍ୟାନରେ ହଳଦିଆ ଆନାକୋଣ୍ଡାଙ୍କ ସଂଖ୍ୟା 14କୁ ବୃଦ୍ଧି ପାଇଛି । ଏପରି ଏକାସହିତ ଏତେ ସାପଛୁଆ ଜନ୍ମ ହେବା ନନ୍ଦନକାନନ ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ବୁଧବାର ଗୋଟିଏ ଶାବକକୁ ଜନ୍ମ ଦେବା ପରେ ମାଈ ହଳଦିଆ ଆନାକୋଣ୍ଡାଟି ଆଉ ପ୍ରସବ କରିନଥିଲା । କିନ୍ତୁ ତାର ପେଟ ଫୁଲି ରହିଥିବାରୁ କର୍ତ୍ତୃପକ୍ଷ ଓ ଚିକିତ୍ସକଙ୍କ ଚିନ୍ତାରେ ପଡିଥିଲେ। ଉକ୍ତ ଆନାକୋଣ୍ଡାକୁ ଖୁଆଡ଼ ମଧ୍ୟରୁ ଅଲଗା କରି ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯାଇଥିଲା । ପାଖାପାଖି 36 ଘଣ୍ଟା ପରେ ବି ସ୍ଥିତିରେ କୌଣସି ଉନ୍ନତି ନ ହେବାରୁ ଓୟୁଏଟି ପ୍ରାଣୀ ବିଭାଗରକୁ ଖବର ଦିଆଯାଇଥିଲା ।














Click it and Unblock the Notifications