ଏନପିଜି ବୈଠକରେ ଓଡ଼ିଶାର ନିର୍ଗୁଣ୍ଡି-କଟକ ଏବଂ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର ମୂଲ୍ୟାଙ୍କନ

ଦେଶର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ଲାଗି ନେଟୱର୍କ ପ୍ଲାନିଂ ଗ୍ରୁପ (ଏନପିଜି)ର ୮୯ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିଳ୍ପ ଏବଂ ଅନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ଯୁଗ୍ମ ସଚିବ ଶ୍ରୀ ପଙ୍କଜ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଡ଼କ, ରେଳ ଏବଂ ମେଟ୍ରୋ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମୂଲ୍ୟାଙ୍କନ କରାଯାଛି । ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁରୂପ ବହୁମୁଖୀ ଯୋଗାଯୋଗ ଏବଂ ଲଜିଷ୍ଟିକ୍ସ ଦକ୍ଷତାରେ ସୁଧାର ଆଣିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।

ପିଏମ ଗତିଶକ୍ତି ନୀତିରେ ସମନ୍ୱିତ ବହୁମୁଖୀ ଭିତ୍ତିଭୂମି, ଆର୍ଥିକ ଓ ସାମାଜିକ କେନ୍ଦ୍ରଗୁଡ଼ିକ ସହିତ ଶେଷ-ମାଇଲ ସଂଯୋଗ ଏବଂ ଆନ୍ତଃମୋଡାଲ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହାକୁ ଅନୁସରଣ କରି ୪ଟି ସଡ଼କ, ତିନୋଟି ରେଳ ଏବଂ ଗୋଟିଏ ମେଟ୍ରୋ ପ୍ରକଳ୍ପ ଉପରେ ଏନପିଜି ବୈଠକରେ ମୂଲ୍ୟାଙ୍କନ କରାଯାଇଥିଲା। ଏହି ପଦକ୍ଷେପଗୁଡ଼ିକ ଲଜିଷ୍ଟିକ ଦକ୍ଷତାକୁ ବୃଦ୍ଧି କରିବ, ଯାତ୍ରା ସମୟ ହ୍ରାସ କରିବ ଏବଂ ବିଭିନ୍ନ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସାମାଜିକ-ଆର୍ଥିକ ଲାଭ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

PM GatiShakti

ଏନପିଜି ବୈଠକରେ ଓଡ଼ିଶାର ଦୁଇଟି ରେଳ ପ୍ରକଳ୍ପର ମୂଲ୍ୟାଙ୍କନ କରାଯାଇଛି। ଏଥିରେ ନିର୍ଗୁଣ୍ଡିରୁ କଟକ ପର୍ଯ୍ୟନ୍ତ ଚତୁର୍ଥ ରେଳ ଲାଇନ ପ୍ରକଳ୍ପ ସାମିଲ ରହିଛି । ଏହି ପ୍ରକଳ୍ପ ଅଧୀନରେ ନିର୍ଗୁଣ୍ଡି ଠାରେ ଏକ ଫ୍ଲାଏଓଭର ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଓଡ଼ିଶାରେ ୧୫.୯୯ କି. ମି. ଲମ୍ବା ବ୍ରାଉନଫିଲ୍ଡ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନର ରେଳ ଲାଇନରେ ଭିଡ଼ ହ୍ରାସ କରିବା ଏବଂ ମାଲ ପରିବହନକୁ ସହଜ କରିବା। ଏହାସହିତ ପାରାଦୀପ ବନ୍ଦର, ତାଲଚେର କୋଇଲା କ୍ଷେତ୍ର ଏବଂ ପ୍ରମୁଖ ଇସ୍ପାତ ଓ ଶକ୍ତି ଶିଳ୍ପକୁ ସେବା ଯୋଗାଇ ଦେଉଥିବା ଏକ ପ୍ରମୁଖ କରିଡର ସହ ସୁଗମ ଯୋଗାଯୋଗ ନିଶ୍ଚିତ କରିବା।

ସେହିପରି ହରିଦାସପୁରରୁ ପାରାଦୀପ ରେଳ ଲାଇନର ଦୋହରୀକରଣ ପ୍ରକଳ୍ପର ମଧ୍ୟ ମୂଲ୍ୟାଙ୍କନ କରାଯାଇଛି। ଓଡ଼ିଶାରେ ୭୪.୦୯ କିଲୋମିଟର ଦୀର୍ଘ ଏହି ବ୍ରାଉନଫିଲ୍ଡ ପ୍ରକଳ୍ପ ମାଲ ପରିବହନ କ୍ଷମତା ଏବଂ ଲଜିଷ୍ଟିକ୍ସ ଦକ୍ଷତାକୁ ବୃଦ୍ଧି କରିବ । ଏହାଛଡ଼ା ତାଳଚେର କୋଇଲା କ୍ଷେତ୍ରରୁ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ନିରବଚ୍ଛିନ୍ନ କୋଇଲା ପରିବହନକୁ ସୁଗମ କରିବ ଏବଂ ଅନୁଗୁଳ-ଝାରସୁଗୁଡ଼ା କ୍ଲଷ୍ଟରରେ ଶିଳ୍ପ ସମ୍ପ୍ରସାରଣକୁ ସମର୍ଥନ କରିବ।

ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ସହିତ ଯୋଡ଼ି ହୋଇଥିବା ଏହି ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଯୋଗାଯୋଗ ସୁବିଧାରେ ଉଲ୍ଲେଖନୀୟ ସୁଧାର ଆଣିବା ସହିତ ଲଜିଷ୍ଟିକ୍ସରେ ଉନ୍ନତି ଆଣିବ ଏବଂ ଆଞ୍ଚଳିକ ତଥା ଜାତୀୟ ଆର୍ଥିକ ଅଭିବୃଦ୍ଧିରେ ଯୋଗଦାନ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+