୧୦ ବର୍ଷରେ ୮୫୭ ହାତୀଙ୍କ ମୃତ୍ୟୁ, ଜାଣନ୍ତୁ ୨୦୨୪ରେ କେତେ ରହିଛି ହାତୀ ସଂଖ୍ୟା
Odisha News: ରାଜ୍ୟରେ ବଢିବାରେ ଲାଗିଛି ହାତୀଙ୍କ ମୃତ୍ୟୁ । ଗତ ୧୦ ବର୍ଷ ମଧ୍ୟରେ ଗଲାଣି ୮୫୭ ହାତୀଙ୍କ ଜୀବନ । ସୂଚନା ଅନୁସାରେ, ଭିନ୍ନ ଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ହୋଇଛି, ଯେପରିକି ୩୦୫ ହାତୀ ରୋଗର ଶିକାର ହୋଇ ପ୍ରାଣ ହରାଇଛନ୍ତି । ସେହିପରି ୧୪୯ ହାତୀଙ୍କ ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଥିବା ବେଳେ ୨୨୯ ଜଣ ହାତୀଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଛି ।
ସେହିପରି ଶିକାର ଦ୍ୱାରା ପ୍ରାୟ ୩୦ଟି ହାତୀଙ୍କ ମୃତ୍ୟୁ ହୋଇଛି । ରେଳ ଦୁର୍ଘଟଣାରେ ୨୯ଟି ହାତୀଙ୍କ ଜୀବନ ଯାଇଥିବା ବେଳେ ପ୍ରତିହିଂଶା ପରାୟଣ ଘଟଣାରେ ୧୬ଟି ହାତୀଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ।

ସୂଚନା ଅନୁସାରେ, ୨୦୧୪ ନଭେମ୍ବର ଯାଏ ରାଜ୍ୟରେ ହାତୀ ସଂଖ୍ୟା ଥିଲା ୨୧୦୩ । ସେହିପରି ୨୦୧୫ରେ ୧୯୫୪ ,୨୦୧୭ରେ ହାତୀ ସଂଖ୍ୟା ବୃଦ୍ଧି ୧୯୭୬ ରେ ପହଞ୍ଚିଥିଲା । ଚଳିତ ବର୍ଷ ଅର୍ଥାତ୍ ୨୦୨୪ରେ ୨୦୯୮ରେ ପହଞ୍ଚିଥିଲା ହାତୀ ସଂଖ୍ୟା ।ଏନେଇ ଆଜି ବିଧାନସଭାରେ ଏକ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ।












Click it and Unblock the Notifications