ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ୮୨୦ କୋଟି ଟଙ୍କାର ବ୍ୟୟ ବରାଦ

ବଜେଟ ୨୦୨୫-୨୬ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ଜୋର୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ୮୨୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ସରକାର । ଓଡ଼ିଶାର ଅନନ୍ୟ ଐତିହ୍ୟ ଉପଯୋଗ କରି ପର୍ୟ୍ୟଟନକୁ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶରେ ଭାଗିଦାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

କଣ୍ଟିଲେ, ବାଲିଜୁର, ପିପିଲି ଓ କଟକରେ ପର୍ୟ୍ୟଟନକୁ ହସ୍ତତନ୍ତ ସହ ଯୋଡ଼ାଯିବ । ସାମାଜିକ ବିକାଶରେ ପର୍ୟ୍ୟଟନ ଗୁରୁତ୍ବପୂର୍ଣ୍ଣ କହିଛନ୍ତ ମୋହନ ମାଝୀ । ଏଣୁ ଜିଲ୍ଲାସ୍ତରରେ ପର୍ୟ୍ୟଟନର ବିକାଶ ହେବ । ବିଶେଷ କରି ଇକୋ ଟୁରୁଜିମ୍‌କୁ ବିକାଶ କରାଯିବ । ଏହି କ୍ରମରେ ଚିଲିକାରେ ପକ୍ଷୀ ସଂଗ୍ରହାଳୟ ପ୍ରତିଷ୍ଠା ହେବ । ତା ସହିତ ମୋହନ ସରକାର ଶ୍ରୀଜଗନ୍ନାଥ ଯୋଜନା ଆରମ୍ଭ କରିବେ । ପ୍ରତି ଜିଲ୍ଲାରୁ ମାଗଣାରେ ପୁରୀ ଆସି ମହାପ୍ରସାଦ ଖାଇବେ ଶ୍ରଦ୍ଧାଳୁ । ଏଥିପାଇଁ ୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିଭଳି ଘଟଗାଁ ତାରିଣୀ, ମହିମା ଗାଦିର ବିକାଶ ପାଇଁ ପଦକ୍ଷେପ ନିଆଯିବ । ଏଥିପାଇଁ ୨୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସାକ୍ଷୀ ଗୋପୀନାଥ ମନ୍ଦିରର ବି ଉନ୍ନତି ହେବ ।

budget for development of tourism sector

ଦେଶର ପ୍ରମୁଖ ସହରରେ ଓଡ଼ିଶା ଐତିହ୍ୟର ପ୍ରସାର କରାଯିବ । ପର୍ୟ୍ୟଟନସ୍ଥଳକୁ ପକ୍କା ସଡ଼କ ପାଇଁ ୩ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି । ବୌଦ୍ଧ ଐତିହ୍ୟ ପ୍ରୋତ୍ସାହିତ କରିବା ଦିଗରେ ଲଳିତଗିରି, ଉଦୟଗିରି ଓ ରତ୍ନଗିରିର ପୁନରୁଦ୍ଧାର କରାଯିବ । ବୌଦ୍ଧ ସର୍କିଟ୍‌କୁ ବିକାଶ କରିବାକୁ ଲକ୍ଷ୍ୟ ରହିଛି । ଗୋପାଳପୁର, ପାରାଦୀପ ଭଳି ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ଦେବାକୁ ଏହାର ବିକାଶ କରାଯିବ । ଓଡ଼ିଶାର ଐତିହ୍ୟ ପାଳନ କରିବା ତଥା ନିବେଶ ସୁଯୋଗ ସୃଷ୍ଟି କରିବାକୁ ୧୦ ଜିଲ୍ଲାରେ ପର୍ୟ୍ୟଟନ କମ୍ପ୍ଲେକ୍ସ ନିର୍ମାଣ କରାଯିବ । ପର୍ୟ୍ୟଟନସ୍ଥଳୀଗୁଡ଼ିକ ପରିମଳ ବ୍ୟବସ୍ଥା ଉପରେ ଧ୍ୟାନ ଦେଇ ୫୦ କୋଟି ଟଙ୍କାର ଆବଣ୍ଟନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+