କାଲିଠୁ ଚାଷୀଙ୍କ ଖାତାକୁ ଯିବ ୮ ଶହ ଟଙ୍କାର ଇନପୁଟ୍ ସହାୟତା
କାଲିଠୁ ଚାଷୀଙ୍କ ଖାତାକୁ ଯିବ ୮ ଶହ ଟଙ୍କାର ଇନପୁଟ୍ ସହାୟତା । କେନ୍ଦ୍ର ପ୍ରଦତ୍ତ ୨୩୦୦ ସହ ରାଜ୍ୟ ସରକାର ୮୦୦ ଟଙ୍କା ଦେବେ । କାଲି ସୋହେଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରଦାଦ କରିବେ । ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ଏମ୍ଏସ୍ପି ୩୧୦୦ ଦେବାକୁ ଘୋଷଣା ହୋଇଛି ।

୨୦୨୪ ସାଧାରଣ ନିର୍ବାଚନରେ ଧାନ MSP ୩୧ ଶହ ଟଙ୍କା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ଷମତାକୁ ଆସିବା ପରେ ବିଜେପି ସରକାର ମଧ୍ୟ ୨୩ ସହ MSP ସହ ୮ ଶହ ଟଙ୍କା ଇନପୁଟ ସବସିଡି ଘୋଷଣା କରିଥିଲେ। ଏବେ ଧାନ ବିକ୍ରି ପରେ ୨୩ଶହ ଟଙ୍କା MSP ଚାଷୀ ପାଉଥିବା ବେଳେ ଆସନ୍ତାକାଲିଠୁ ଚାଷୀ ଇନପୁଟ୍ ସବସିଡି ବାବଦକୁ ପାଇବେ ୮ ଶହ ଟଙ୍କା।
ଧାନ କିଣା ଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏହି ଟଙ୍କା। ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ବାଲେଶ୍ୱର, ମୟୁରଭଞ୍ଜ, କନ୍ଧମାଳ, ଜଗତସିଂହପୁର, ଭଦ୍ରକ ଜିଲ୍ଲାରେ ଆସନ୍ତାକାଲି ସମାବେଶ କରି ବଣ୍ଟା ହେବ ଇନପୁଟ ସବସିଡ଼ି।












Click it and Unblock the Notifications