ବିଷାକ୍ତ ଫଳ ଖାଇ ୮ ଛାତ୍ରଛାତ୍ରୀ ଅସୁସ୍ଥ
ବିଷାକ୍ତ ଫଳ ଖାଇ ଅସୁସ୍ଥ ହେଲେ ରାୟଗଡ଼ା କୋଲନରା ବ୍ଲକ୍ ବୋରିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀ। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଅପରାହ୍ନରେ ବିଦ୍ୟାଳୟ ଛୁଟି ପରେ ଘରକୁ ଫେରିବା ବେଳେ ବାଟରେ ଏକ ଗଛର ବିଷାକ୍ତ ଫଳ ଖାଇଥିଲେ ଏହି ପିଲାମାନେ।

ଘର ପହଞ୍ଚିଲାବେଳକୁ ସେମାନେ ବାନ୍ତି କରିବା ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାରବର୍ଗ ସେମାନଙ୍କୁ ଥେରୁବାଲି ମେଡିକାଲ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ୮ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଛି।












Click it and Unblock the Notifications