ପ୍ରଭୁ ଜଗନ୍ନାଥଙ୍କର ୮ ରହସ୍ୟ
ପୁରୀ: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ତିନି ରଥ ପ୍ରସ୍ତୁତ । ଆଜି ଆଷାଢ ଶୁକ୍ଳ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରୁ ରଥ ଖଳାକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଆଜିଠୁ ବଡଦାଣ୍ଡ ଭକ୍ତମୟ ହୋଇଛି । ଚାରିଆଡେ ଆଧ୍ୟାତ୍ମିକ ପରିବେଶ । ପୁରାଣରେ ପୁରୀଧାମକୁ ପୃଥିବୀର ବୈକୁଣ୍ଠ ବୋଲି କୁହାଯାଏ । ଏହା ଭଗବାନ ବିଷ୍ଣୁଙ୍କର ଚାରୋଟି ବାସସ୍ଥାନ ମଧ୍ୟରୁ ଗୋଟିଏ । ଏହା ଶ୍ରୀକ୍ଷେତ୍ର, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶାକ କ୍ଷେତ୍ର, ନିଳାଚଳ ଧାମ, ନୀଳଗିରି ଏବଂ ଶ୍ରୀ ଜଗନ୍ନାଥ ପୁରୀ ନାମରେ ମଧ୍ୟ ଜଣାଶୁଣା । ବ୍ରହ୍ମ ଏବଂ ସ୍କନ୍ଦ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁ ଏଠାରେ ପୁରୁଷୋତ୍ତମ ନୀଳମାଧବ ଭାବରେ ଅବତାରିତ ହୋଇ ଶବର ଜନଜାତିର ସର୍ବୋଚ୍ଚ ଦେବତା ହୋଇ ଯାଇଥିଲେ ।
ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ରହିଛି ଅନେକ ରହସ୍ୟ । ଏହି ରହସ୍ୟ ହିଁ ବିଶ୍ୱବାସୀଙ୍କୁ ଏହି ଧାମକୁ ଆକର୍ଷଣ କରିଥାଏ । ତେବେ ଆସନ୍ତୁ ଆଜି ପୃଥିବୀର ବୈକୁଣ୍ଠ ଶ୍ରୀମନ୍ଦିରକୁ ନେଇ ୮ଟି ରହସ୍ୟ ବିଷୟରେ ଜାଣିନେବା ।
୧.ଜଗନ୍ନାଥ ମନ୍ଦିରର ନେତ ସର୍ବଦା ପବନର ବିପରୀତ ଦିଗରେ ଉଡିଥାଏ । ଅର୍ଥାତ ଯଦି ପବନ ପୂର୍ବରୁ ପଶ୍ଚିମକୁ ହେଉଛି ତେବେ ନେତଟି ପଶ୍ଚିମରୁ ପୂର୍ବକୁ ଉଡ଼ିବ ଏହା କେଉଁ କାରଣ ପାଇଁ ହେଉଛି ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମନେ ମଧ୍ୟ ଜାଣି ନାହାନ୍ତି ।
୨.ଜଗନ୍ନାଥର ମନ୍ଦିରର ଛାୟା ମଧ୍ୟ କୌଣସି ରହସ୍ୟ ଠାରୁ କମ ନୁହେଁ କାରଣ ଶ୍ରୀମନ୍ଦିରର ଛାୟା କେବେ ମଧ୍ୟ ଦେଖାଯାଇନାହଁ ।
୩. ମନ୍ଦିର ଉପରେ ଲାଗିଥିବା ସୁଦର୍ଶନ ଚକ୍ରର ମଧ୍ୟ ରହିଛି ଅନେକ ଚମତ୍କାର । ଏହି ସୁଦର୍ଶନ ଚକ୍ରଟି ଅଷ୍ଟ ଧାତୁରେ ତିଆରି । ଆପଣ ମନ୍ଦିରର ଯେକୌଣସି ସ୍ଥାନରେ ଠିଆହୋଇ ଦେଖିଲେ ଆପଣଙ୍କୁ ସୁଦର୍ଶନ ଚକ୍ର ସିଧା ଦେଖାଯିବ ! ଯେପରି ଲାଗିବ ଏହି ଆପଣଙ୍କ ଆଡୁ ମୁହଁ କରି ରହିଛି ।
୪. ସାଧାରଣ ଦିନ ସମୟରେ ପବନ ସ୍ଥଳତଟରୁ ସମୁଦ୍ର ଆଡକୁ ବୋହିଥାଏ ଏବଂ ସନ୍ଧ୍ୟା ସମୟରେ ଏହାର ବିପରୀତ ଦିଗରେ ବୋହିଥାଏ । କିନ୍ତୁ ପୁରୀରେ ଏହାର ଓଲଟା ହୋଇଥାଏ । ଏଠାରେ ସ୍ଥଳଭାଗରୁ ସମୁଦ୍ର ଆଡକୁ ପବନ ବୋହିଥାଏ ।
୫. ଏପର୍ଯ୍ୟନ୍ତ କୌଣସି ପକ୍ଷୀ ମନ୍ଦିର ଉପରେ ଥିବା ଗମ୍ବୁଜ ଉପରେ ଉଡ଼ିଥିବାର ଦେଖାଯାଇ ନାହିଁ । ଏହା ଉପରେ ବିମାନ ଉଡ଼ାଣ ମଧ୍ୟ ନିଷେଦ୍ଧ । ଭାରତର ଅଧିକାଂଶ ମନ୍ଦିରର ଗମ୍ବୁଜ ଉପରେ ପକ୍ଷୀମାନେ ବସିଥିବାର କିମ୍ବା ବୁଲୁଥିବାର ଦେଖାଯାଏ, କିନ୍ତୁ ଏଠାରେ ଏହା ହୁଏ ନାହିଁ ।

୬.ଶ୍ରୀମନ୍ଦିରର ବାହାରେ ଥିଲେ ଆପଣଙ୍କୁ ସମୁଦ୍ର ଗର୍ଜନ ଶୁଣା ଯିବ କିନ୍ତୁ ମନ୍ଦିରରେ ଭିତରେ ପ୍ରବେଶ କରିବା ମାତ୍ରେ ସମୁଦ୍ରର ଗର୍ଜନ ଶୁଣାଯାଏ ନାହିଁ !
୭. ପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ ତିଆରିରେ ୫୦୦ ରୋଷେୟା ଓ ୩୦୦ ସହଯୋଗୀ କାମ କରନ୍ତି । ପ୍ରାୟ ୨୦ ଲକ୍ଷ ଭକ୍ତ ଏଠାରେ ପ୍ରସାଦ ପାଇପାରିବେ । କୁହାଯାଏ ଯେ ମନ୍ଦିରରେ ପ୍ରସାଦ କିଛି ହଜାର ଲୋକଙ୍କ ପାଇଁ ତିଆରି ହୋଇଥାଏ କିନ୍ତୁ ଏହାକୁ ଲକ୍ଷ ଲକ୍ଷ ଲୋକ ପେଟ ପୂରା ଖାଇ ପାରନ୍ତି । ମନ୍ଦିର ଭିତରେ ରାନ୍ଧିବା ପାଇଁ ଖାଦ୍ୟର ପରିମାଣ ଏକ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହା ସତ୍ତ୍ୱେ କିଛି ବି ଏଥିରୁ ମଧ୍ୟ ନଷ୍ଟ ହୁଏ ନାହିଁ ।
୮. ବିଶ୍ୱରେ ସବୁଠୁ ବଡ଼ ଯାତ୍ରା ହେଉଛି ଘୋଷଯାତ୍ର । ଆଷାଢ ମାସରେ ପ୍ରଭୁ ଜଗନ୍ନାଥ ରଥରେ ଚଢି ତାଙ୍କ ମାଉସୀ ମା' ଓ ରାଣୀ ଗୁଣ୍ଡିଚାଙ୍କ ଘରକୁ ଯାଆନ୍ତି । ଏହି ରଥଯାତ୍ରା କେବଳ ୫ କିଲୋମିଟର ବ୍ୟାପିଥିବା ପୁରୁଷୋତ୍ତମ କ୍ଷେତ୍ରରେ ହୋଇଥାଏ । ଗୁଣ୍ଡିଚା ମନ୍ଦିରରେ ୭ ଦିନ ରହିବା ପରେ ପୁବର୍ନାର ଶ୍ରୀମନ୍ଦିରକୁ ଫେରିଥାନ୍ତି । ମହାବାହୁଙ୍କ ଏହି ନବଦିନାତ୍ମକ ଯାତ୍ରାକୁ ରଥଯାତ୍ରା ବା ଘୋଷଯାତ୍ରା କୁହାଯାଏ । ଏହା ପୃଥିବୀର ସବୁଠାରୁ ବଡ ଯାତ୍ରା ବୋଲି ମାନା ଯାଏ ।












Click it and Unblock the Notifications