୮ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି, ଜାଣନ୍ତୁ କିଏ ପାଇଲେ କେଉଁ ପଦ
ଭୁବନେଶ୍ବର : ରାଜ୍ୟ ସରକାର ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି । ୮ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଛି । ଏହା ସହ ୩ ଜଣ ଆଇପିଏସ ଅଫିସରଙ୍କୁ ମିଳିଲା ଡିଆଇଜି ପାହ୍ୟା । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୦୦ ବ୍ୟାଚ୍ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୦ ବ୍ୟାଚ୍ ଆଇପିଏସ୍ ଅଫିସର ପ୍ରତୀକ ମହାନ୍ତଙ୍କୁ ମଧ୍ୟ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଏବେ ସେ ସିଆଇଏସ୍ଏଫ୍ (ମୁଖ୍ୟାଳୟ)ରେ ଆଇଜି ପାହ୍ୟାରେ କାର୍ଯ୍ୟ କରୁଛନ୍ତି।

ଆଇପିଏସ୍ ପିନାକ ମିଶ୍ର, ଆଇପିଏସ୍ ବି. ଯୁଗୋଳ କିଶୋର କୁମାର, ଆଇପିଏସ୍ ବି. ଗଙ୍ଗାଧରଙ୍କୁ ଡ଼ିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଆଇପିଏସ୍ ଅବିନାଶ କୁମାର, ଆଇପିଏସ୍ ସାର୍ଥକ ଷଡ଼ଙ୍ଗୀ ଏବଂ ଆଇପିଏସ୍ ନିତି ଶେଖରଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।












Click it and Unblock the Notifications