ଟ୍ରକ-ବୋଲେର ମୁହାଁମୁହିଁ ଧକ୍କା:୮ ଗୁରୁତର
Boudh Accident News: ଟ୍ରକ୍-ବୋଲେର ମୁହାଁମୁହିଁ ଧକ୍କାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଏପରି ଦୁର୍ଘଟଣା ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ବହିରା ଛକ ନିକଟରେ ଆଜି ସକାଳୁ ଏପରି ଦୁର୍ଘଟଣା ଘଟିଛି । ଟ୍ରକଟି ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ସମସ୍ତ ଆହତ ଗୋଟିଏ ପରିବାରର ।

ଏହି ଦୁର୍ଘଟଣାରେ ବୋଲେରୋରେ ବସିଥିବା ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି । ସମସ୍ତ ଆହତ ଗୋଟିଏ ପରିବାରର ବୋଲି ସୂଚନା ରହିଛି । ଖବର ପାଇଁ ଦୁର୍ଘଟଣାସ୍ଥଳରେ ପୋଲିସ ଏବଂ ଦମକରଳ ବାହିନୀ ପହଞ୍ଚି ଉଦ୍ଧାର କରି ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।












Click it and Unblock the Notifications