ତେଜିଲା ନୂଆ NAC ଦାବି, ତିହିଡି ୮ ବନ୍ଦ
ନୂଆ ଏନ୍ଏସି ଦାବିକୁ ନେଇ ବଢ଼ିବାରେ ଲାଗୁଛି ଅଡ଼ୁଆ । ଆଜି ଭଦ୍ରକ ଜିଲ୍ଲା ତିହିଡିକୁ ଏନ୍ଏସି ମାନ୍ୟତା ଦାବିରେ ୮ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି । ତିହିଡି ବ୍ଲକ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାଠାରୁ ଦୋକାନ, ବଜାର ବନ୍ଦ କରାଯାଇଥିବା ବେଳେ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଯୋଗ୍ୟ, ଜନସଂଖ୍ୟା, ଗମନାମନ ଏବଂ ଅନ୍ୟାନ୍ୟ ପାରିପାର୍ଶ୍ୱିକ ସୁବିଧା ଦୃଷ୍ଟିରୁ ଏନ୍ଏସି ପାଇଁ ତିହିଡିର ଯୋଗ୍ୟତା ଥିଲେ ମଧ୍ୟ ତିହିଡିକୁ ଏନ୍ଏସି ଘୋଷଣା କରାଯାଇ ନ ଥିବାରୁ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି। ବିଭିନ୍ନ ସାମାଜିକ ସଂଗଠନ, ସାହିତ୍ୟ ସଂଗଠନ, ବରିଷ୍ଠ ନାଗରିକ ସଂଘ, ନବନିର୍ମାଣ କୃଷକ ସଂଗଠନ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି।
ତିହିଡ଼ି ବ୍ଲକରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପୁରୁଣା ଥାନା, ବିଭିନ୍ନ ନିର୍ମାଣ ବିଭାଗର ଅଧିକାରୀଙ୍କ କାର୍ଯ୍ୟାଳୟ,ବିଦ୍ୟୁତ ବିଭାଗ ଠାରୁ ଆରମ୍ଭ କରି ଅଗ୍ନିଶମ କେନ୍ଦ୍ର, ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ, ଏକାଧିକ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ତିହିଡ଼ିରେ ରହିଛି। ହେଲେ ତିହିଡ଼ି ଏନଏସି
ହେବାରୁ କାହିଁକି ବଞ୍ଚିତ ହେଉଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।












Click it and Unblock the Notifications