ରାଜଭବନରେ ୮ କର୍ମଚାରୀ କରୋନା ସଂକ୍ରମିତ
ରାଜଭବନର ୮ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସିନିୟର କଣ୍ଟ୍ରୋଲର ଚିଫ ସିକ୍ୟୁରିଟି ଅଫିସର ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟପାଳଙ୍କ OSD ଓ ଜଣେ ଡ୍ରାଇଭର ସଂକ୍ରମିତ ହୋଇଛନ୍ତି ।
ଭୁବନେଶ୍ୱର: ରାଜଭବନରେ ପସିଲା କରୋନା । ରାଜଭବନର ୮ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସିନିୟର କଣ୍ଟ୍ରୋଲର ଚିଫ ସିକ୍ୟୁରିଟି ଅଫିସର ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟପାଳଙ୍କ OSD ଓ ଜଣେ ଡ୍ରାଇଭର ସଂକ୍ରମିତ ହୋଇଛନ୍ତି ।

୮ ଜଣଙ୍କ ମଧ୍ୟରୁ ୩ ଜଣ କର୍ମଚାରୀଙ୍କ ମଧ୍ୟରୁ ସୁସ୍ଥ ହୋଇସାରିଛନ୍ତି। ୫ ସଂକ୍ରମିତ ହୋମ ଆଇସୋଲେସନରେ ଅଛନ୍ତି । ପ୍ରତିଦିନ ରାଜଭବନକୁ ସାନିଟାଇଜ କରାଯାଉଛି । ପ୍ରତି ସପ୍ତାହରେ ରାଜଭବନରେ କରୋନା ପରୀକ୍ଷା ହେଉଥିବା ଜଣାପଡିଛି ।
କରୋନା ସଂକ୍ରମଣକୁ ନଜରରେ ରକି ୫୦ ପ୍ରତିଶତ କର୍ମଚାରୀରେ ଚାଲିଛି ରାଜଭବନ କାମ । ରାଜ୍ୟପାଳଙ୍କ ସମ୍ପର୍କରେ ଆସୁଥିଲେ କରୋନା ଟେଷ୍ଟ ବାଧ୍ୟତାମୂଳକ ହୋଇଛି । ରାଜଭବନ ପକ୍ଷରୁ ଦିଆଯାଇଛି ଏହି ସୂଚନା ।












Click it and Unblock the Notifications