ମୋହନଙ୍କ ସହ ଶପଥ ଗ୍ରହଣ କଲେ ୮ କ୍ୟାବିନେଟ ମନ୍ତ୍ରୀଙ୍କ ସହ ୫ ରାଷ୍ଟ୍ରମନ୍ତ୍ରୀ
ଡ଼ିଶାରେ ପ୍ରଥମଥର ପାଇଁ ଭାଜପା ସରକାର ଗଠନ ରିଛି । ଏନେଇ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ବୁଧବାର ଶପଥ ନେଇଛନ୍ତି। ଭୁବେନଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜିତ ଶପଥ ପାଠ ସମାରୋହରେ ମୋହନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ। ତାଙ୍କ ସହ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି।

ମୋହନ ମାଝୀଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ନୀତିନ ଗଡକରୀ, ରାଜନାଥ ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ - ମୋହନ ମାଝୀ
ଉପ-ମୁଖ୍ୟମନ୍ତ୍ରୀ - କେଭି ସିଂହଦେଓ
ଉପ-ମୁଖ୍ୟମନ୍ତ୍ରୀ - ପ୍ରଭାତୀ ପରିଡା
କ୍ୟାବିନେଟ୍ ମନ୍ତ୍ରୀ
୧. ସୁରେଶ ପୂଜାରୀ
୨. ରବି ନାରାୟଣ ନାୟକ
୩. ନିତ୍ୟାନନ୍ଦ ଗଣ୍ଡ
୪. କୃଷ୍ଣଚନ୍ଦ୍ର ପାତ୍ର
୫. ପୃଥ୍ୱୀରାଜ ହରିଚନ୍ଦନ
୬. ମୁକେଶ ମହାଲିଙ୍ଗ
୭. ବିଭୂତି ଭୂଷଣ ଜେନା
୮. କୃଷ୍ଣଚନ୍ଦ୍ର ମହାପାତ୍ର
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
୧. ଗଣେଶ ରାମ ଖୁଣ୍ଟିଆ
୨. ସୂର୍ଯ୍ୟବଂଶୀ ସୁରଜ
୩. ପ୍ରଦୀପ ବଳସାମନ୍ତ
୪. ଗୋକୁଳାନନ୍ଦ ମଲ୍ଲିକ
୫. ସମ୍ପଦ କୁମାର ସ୍ୱାଇଁ












Click it and Unblock the Notifications