ଶକ୍ତିପୀଠରେ ଆଜି ମାଆଙ୍କ ସପ୍ତମୀ ପୂଜା, ଚଳଚଞ୍ଚଳ ମା'ଙ୍କ ମନ୍ଦିର
Odisha: ଶକ୍ତିପୀଠରେ ଆଜି ମାଆଙ୍କ ସପ୍ତମୀ ପୂଜା । ଚଣ୍ତୀପାଠରେ କମ୍ପୁଛି ସାରା ପରିବେଶ । ମହାସପ୍ତମୀରେ କଟକଚଣ୍ତୀଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା । ଆଜି ସଂଧ୍ୟାରେ ମାଆ ବଗଳାମୁଖୀ ବେଶରେ ଦେବେ ଦର୍ଶନ । ଗତକାଲି ସଂଧ୍ୟାରୁ ମା' ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ । ଦଶହରା ପର୍ଯ୍ୟନ୍ତ ମା' କଟକ ଚଣ୍ଡୀ ୧୬ଟି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ । ଆଜି ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ କଟକ ଗଡ଼ଚଣ୍ତୀ ।
ଅନ୍ୟପଟେ ଆଜିଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀ । ମାଆ ବିରଜାଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା । ନବଦିନାତ୍ମକର ଆଜି ସପ୍ତମୀ ପୂଜା ଚାଲିଛି । ସପ୍ତମୀ ପୂଜାରେ ମାଙ୍କ ପାଦ ସ୍ପର୍ଶ ସହ ମୁଖ ଦର୍ଶନ କରିବା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭଡ଼ି ।

ମାଆ ଶାରଳାଙ୍କ ପୀଠରେ ଚାଲିଛି ମହାସପ୍ତମୀ ପୂଜା । ଚଣ୍ଡୀ ପାଠ, ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ପ୍ରତିଦିନ ମାଆଙ୍କ ପାଖରେ ଷୋଡଶ ଉପଚାର ପୂଜାର୍ଚ୍ଚନା କରାଯାଉଛି । ଏହି ଅବସରରେ ମାଆ ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯାଉଛି । ମା'ଙ୍କ ଦର୍ଶନ ପାଇଁ ଝଙ୍କଡ଼ ଶାରଳା ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ସେହିପରି ମା' ସମଲେଶ୍ୱରୀଙ୍କ ପିଠରେ ନବରାତ୍ର ପୂଜାର ଆଜି ସପ୍ତମ ଦିନ । ସବୁଦିନ ଭଳି ଆଜି ଭୋର ୪ଟାରୁ ଦ୍ୱାର ଫିଟାଯାଇଥିଲା । ସାଢେ ୪ଟାରେ ମାଆଙ୍କୁ ସ୍ନାନ କରାଯାଇ ପୂଜର୍ଚ୍ଚନା ଆରମ୍ଭ ହୋଇଥିଲା ।
ଆଜି ମା' କନ୍ୟକା ପରମେଶ୍ୱରୀଙ୍କ ଧନଲକ୍ଷ୍ମୀ ବେଶ । ସୁନା ଓ ଟଙ୍କାରେ ଅଳଙ୍କୃତ ଦେବୀ । ମା'ଙ୍କ ପାଖରେ ଲାଗିଛି ୨ କୋଟି ଟଙ୍କାର ସୁନା । ନବରାତ୍ରରେ ମାଙ୍କୁ ଦର୍ଶନ କରିବା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ ।












Click it and Unblock the Notifications