ସ୍ବଦେଶ ଫେରିବେ ପାରାଦ୍ୱୀପଠାରେ ଅଟକ ଥିବା ୭୮ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ

ସ୍ବଦେଶ ଫେରିବେ ପାରାଦ୍ୱୀପଠାରେ ଅଟକ ଥିବା ୭୮ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ । ତାଙ୍କ ଦେଶକୁ ପ୍ରତ୍ୟାର୍ପଣ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବାଂଲାଦେଶ ସରକାରଙ୍କ ସହ ଆଲୋଚନା ହୋଇଛି । ମତ୍ସଜୀବୀଙ୍କ ପାଖରେ ଏକ କୋଟି ଟଙ୍କାର ମାଛ ଥିବା ସେମାନେ କହିଛନ୍ତି । ଭାରତୀୟ ଜଳ ସୀମାରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବାଂଲାଦେଶର ଦୁଇଟି ଛୋଟ ଜାହାଜକୁ ଭାରତୀୟ ତଟରକ୍ଷୀ ବାହିନୀ ଜବତ କରି ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଉପକୂଳକୁ ଆଣିଥିଲା ।

ଭାରତୀୟ ତଟରକ୍ଷୀ ବାହିନୀ ହାତରେ ଧରାପଡ଼ିବା ପରେ, ଦାହାଜର ସମସ୍ତ କ୍ରିଉ ମେମ୍ବରମାନଙ୍କୁ ପାରାଦ୍ବୀପ ଅଣାଇ ମେରାଇନ ଥାନାରେ ଅଟକ ରଖାଯାଇଥିଲା । ଆଜି 78 ଜଣ ବାଂଲାଦେଶୀ ମତ୍ସଜୀବୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପାରାଦ୍ୱୀପ ପୋର୍ଟ ହସ୍ପିଟାଲକୁ ନିଆ ଯାଇଥିଲା । ପରେ ତାଙ୍କୁ ସୁରକ୍ଷିତ ସ୍ଥାନରେ ରଖା ଯାଇଛି । ଏନେଇ ସୂଚନା ଦେଇଛନ୍ତି ପାରାଦ୍ବୀପ ମେରାଇନ ପୋଲିସ ଡିଏସପି ସନ୍ତୋଷ କୁମାର ଜେନା ।

Bangladeshi fishermen
୨ଟା ଜାହାଜରେ ୭୮ ଜଣ ମତ୍ସଜୀବୀ ଥିଲେ । ପାଖରେ ୧୦୦ ଟନ ଓଜର ମାଛ ଅଛି । ଯାହାର ମୂଲ୍ୟ ବାଂଲାଦେଶୀ କରେନ୍ସି ଅନୁଯାୟୀ ଏକ କୋଟି ହେବ । ''

ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ବୁଧବାର ସମୁଦ୍ର ମଧ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ପଇଁତରା ମାରୁଥିବାବେଳେ ଅନ୍ତର୍ଜାତୀୟ ଜଳସୀମା ପାର କରି ଭାରତୀୟ ଜଳ ସୀମା ମଧ୍ୟରେ ବାଂଲାଦେଶୀ ଜାହାଜ ଲୈଲା-2 ଓ FV ମେଘନା- 5 ବେଆଇନ ଭାବେ ମାଛ ମାରୁଥିଲେ । ଏହାପରେ ତଟରକ୍ଷୀ ବାହିନୀ ଉଭୟ ଜାହାଜକୁ ଜବତ କରି ପାରାଦ୍ୱୀପକୁ ଆଣିଥିଲା ।

ଇଟି ଜାହାଜରେ ଥିବା ମୋଟ 78 ଜଣ କ୍ରିଉ ମେମ୍ବରଙ୍କୁ ଇଣ୍ଡିଆନ କୋଷ୍ଟ ଗାର୍ଡ, କ୍ରାଇମବ୍ରାଞ୍ଜ ଏବଂ ସିଆଇଏଫ ପଚରାଉଚରା କରିଥିଲା । ପାରାଦ୍ୱୀପ ପୋଲିସର କହିବା ଅନୁଯାୟୀ, ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାକୁ ନେଇ ଅବଗତ ଅଛି, ଖୁବଶୀଘ୍ର ଏହାକୁ ନେଇ ପଦକ୍ଷେପ ଗ୍ରହଣ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+