୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ: ଭୁବନେଶ୍ବର ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ
୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ । ଭୁବନେଶ୍ବର ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ । ପରେଡ୍ରେ ଅଭିବାଦନ ଗ୍ରହଣ କରୁଛନ୍ତି ରାଜ୍ୟପାଳ ହରି ବାବୁ କମ୍ଭମ୍ପାଟି ।

ଗାଁଠୁ ଆରମ୍ଭକରି ସହର ପର୍ଯ୍ୟନ୍ତ ସବୁଆଡ଼େ ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି । ଏନେଇ ଅଧିକାଂଶ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦେଶର ରାଜଧାନୀ ନୂଆଦିଲ୍ଲୀ ଯବାନଙ୍କ ଚମତ୍କାର ପରେଡ୍ରେ କମ୍ପିବ ।
କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବିଆନ୍ତୋ ମୁଖ୍ୟ ଅତିଥିଭାବେ ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ବିଦେଶ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ତାଙ୍କୁ ସ୍ବାଗତ କରିଥିଲେ ।












Click it and Unblock the Notifications