୭୫ତମ ବିଶ୍ଵ ମାନବ ଅଧିକାର ଦିବସ ପାଳିତ: ସମ୍ମାନର ସହ ବଞ୍ଚିବା ହେଉଛି ପ୍ରତ୍ୟେକ ମଣିଷର ମାନବୀୟ ଅଧିକାର

ଭୁବନେଶ୍ୱର,୧୦/୧୨/୨୦୨୩: ମାନବ ଅଧିକାର ଦିବସ ହେଉଛି ଏକ ଐତିହାସିକ ଦିବସ ବୋଲି କହିଛନ୍ତି ପୂର୍ବତନ ହାଇକୋର୍ଟ ବିଚାରପତି ତଥା ରାଜ୍ୟ ମାନବ ଅଧ‌ିକାର କମିଶନ ଅଧ୍ୟକ୍ଷ ଶ୍ରୀ ଶତ୍ରୁଘ୍ନ ପୂଜାରୀ ।

ଆଜି ପୂର୍ବାହ୍ନରେ ତୋଷାଳୀ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ୭୫ତମ ବିଶ୍ଵ ମାନବ ଅଧିକାର ଦିବସ ଅବସରରେ ଶ୍ରୀ ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଉକ୍ତିକୁ ଉଦ୍ଧାର କରି କହିଲେ ଯେ ସ୍ଵାଧୀନ ଚେତନା ନେଇ ସମ୍ମାନର ସହ ବଞ୍ଚିବାର ଅଧିକାର ହେଉଛି ପ୍ରତ୍ୟେକ ମଣିଷର ମାନବୀୟ ଅଧିକାର । ଆମର ସମ୍ବିଧାନ ବହୁସଶକ୍ତ, ଯାହାକି ସମାଜର ଧନୀ କି ଦରିଦ୍ର ସମସ୍ତ ବ୍ୟକ୍ତିଙ୍କୁ ସମାନ ନ୍ୟାୟ ଓ ସମାନ ଅଧିକାର ପ୍ରଦାନ କରିଥାଏ । ରାଜ୍ୟ ମାନବ ଅଧିକାର ଆୟୋଗକୁ ଇନ୍ଦିରା ଆବାସ, ପରିବାର ପେନ୍‌ସନ୍ ଏବଂ ଶିକ୍ଷା ଆଦି କ୍ଷେତ୍ରରେ ଯେତେସବୁ ଆବେଦନ ଓ ଅଭିଯୋଗ ଆସିଥାଏ ତାହାକୁ ସଙ୍ଗେ ସଙ୍ଗେ ଫଇସଲା କରାଯାଇଥାଏ ବୋଲି ଅଧ୍ୟକ୍ଷ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ ।

 human rights day

ଏହି ଅବସରରେ ରାଜ୍ୟ ମାନବ ଅଧିକାର ଆୟୋଗର ସ୍ଵତନ୍ତ୍ର ପୋଲିସ ଡିଜି ଶ୍ରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଆୟୋଗର ସଦସ୍ୟ ଶ୍ରୀ ଅସୀମ ଅମିତାଭ ଦାଶ ଏବଂ ସଦସ୍ୟ ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମାନବିକ ଅଧିକାର ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ପ୍ରାରମ୍ଭରେ ରାଜ୍ୟ ମାନବ ଅଧିକାର ଆୟୋଗର ରେଜିଷ୍ଟ୍ରାର ଶ୍ରୀମତୀ ଏସ୍. ସାମନ୍ତରାୟ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀ ବିଶ୍ୱଜିତ ଚନ୍ଦ୍ର ବର୍ମନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମାନବ ଅଧିକାର ଆୟୋଗର ସଦସ୍ୟସଦସ୍ୟା, ପଦାଧିକାରୀ ଏବଂ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+