Get Updates
Get notified of breaking news, exclusive insights, and must-see stories!

ବାତ୍ୟା ବେଳେ ଜନ୍ମ ନେଲେ ୭୫୦ ଶିଶୁ: ପୁଅ ନାଁ ରହିଲା 'ୟସ୍', ଝିଅ ନାଁ 'ୟାସ୍'

ରାଜ୍ୟରେ ବାତ୍ୟା ‘ୟାସ’ ଭୟ ଭିତରେ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ ୭୫୦ଜଣ ଶିଶୁ ଜନ୍ମ ନେଇଛନ୍ତି। ମେ’ ୨୫ ଓ ୨୬ତାରିଖ ଦୁଇ ଦିନ ଧରି ଉପକୂଳ ଓଡ଼ିଶାରେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ମୋଟ ୭୫୦ଜଣ ଶିଶୁଙ୍କ ଜନ୍ମ ହୋଇଛି ।

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା 'ୟାସ' ଭୟ ଭିତରେ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ ୭୫୦ଜଣ ଶିଶୁ ଜନ୍ମ ନେଇଛନ୍ତି। ମେ' ୨୫ ଓ ୨୬ତାରିଖ ଦୁଇ ଦିନ ଧରି ଉପକୂଳ ଓଡ଼ିଶାରେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ମୋଟ ୭୫୦ଜଣ ଶିଶୁଙ୍କ ଜନ୍ମ ହୋଇଛି । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୂଚାନା ଦିଆଯାଇଛି ।

Cyclone yaas

ତେବେ ବାତ୍ୟାର ନାମ ଅନୁସାରେ ଅଧିକାଂଶ ଲୋକେ ନବଜାତଙ୍କ ନାମ ୟାସ୍ ରଖିଛନ୍ତି । କ୍ୟାପିଟାଲ ହସ୍ପିଟାଲ ସୂଚନା ମୁତାବକ,ବୁଧବାର ମୋଟ 11 ଜଣ ଶିଶୁ ଜନ୍ମ ନେଇଛନ୍ତି । ସେମାନଙ୍କ ମଧ୍ୟରୁ 8 ଜଣ ପୁଅ ଓ ତିନି ଜଣ ଝିଅ ଅଛନ୍ତି । କିଛି ବାପା-ମା ନିଜ ପୁଅର ନାମ ୟସ୍ ରଖିଥିବା ବେଳେ ଅନ୍ୟ କିଛି ନିଜ ଝିଅର ନାମ ୟାସ ରଖିଛନ୍ତି । ସେମାନଙ୍କ ପୁରାନାମ ଏଶ୍ବର୍ଯ୍ୟା ରଖାଯାଇଛି । ଜଣେ ମୁସିଲମ ସମ୍ପ୍ରଦାର ମହିଳା ଜଣେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିବା ବେଳେ ଝିଅର ଡାକ ନାମ ୟାସ୍ ଓ ପୁରା ନାମ ୟାସମିନ ରଖିଛନ୍ତି ।

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ୪୫୫୫ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓ, ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ଆଶାକର୍ମୀଙ୍କ ସହାୟତାରେ ଏହି ଗର୍ଭବତୀମାନଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୧୦୭ଜଣଙ୍କ ଆସନ୍ନ ପ୍ରସବା ମହିଳାଙ୍କୁ ୨୫ତାରିଖରୁ ହସ୍ପିଟାଲକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥଲା। ମେ' ୨୫ ଓ ୨୬ତାରିଖରେ କ୍ରମାଗତ ବର୍ଷା, ପବନ ଓ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ୭୫୦ଜଣ ଶିଶୁ ଜନ୍ମ ନେଇଛନ୍ତି।

ଏଥିରେ ସର୍ବାଧିକ ଶିଶୁ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୬୬ଜଣ, ଭଦ୍ରକରେ ୯୮ଜଣ, ଖୋର୍ଦ୍ଧାରେ ୯୫ଜଣ, ଜଗତସିଂହପୁରରେ ୮୪ଜଣ, ଯାଜପୁରରେ ୬୯ଜଣ, କେନ୍ଦୁଝରରେ ୫୫ଜଣ, ମୟୂରଭଞ୍ଜରେ ୩୬, ବାଲେଶ୍ୱରରେ ୫୮, କଟକରେ ୬୧ଜଣ ଓ ପୁରୀ ଜିଲ୍ଲାରେ ୨୮ଜଣ ଶିଶୁ ଜନ୍ମ ନେଇଛନ୍ତି। ସମସ୍ତ ପ୍ରସୂତୀ ଓ ନବଜାତକ ଶିଶୁ ସୁସ୍ଥ ରହିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+